ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ) :ନୟାଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରପଲ୍ଲୀର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଆଚାର୍ଯ୍ୟଙ୍କୁ ରବିବାର ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବକୁ ନୟାଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ଉଦଘାଟନ କରିଥିବା ବେଳେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ସୁଧାକର ପଣ୍ଡା ମୁଖ୍ୟ ବକ୍ତା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଧ୍ୟପକ କୃପାସିନ୍ଧୁ ସ୍ୱାଇଁ, ବନବାସୀ ସଂସ୍କୃତ କଲେଜ ଦଶପଲ୍ଲା ଅଧ୍ୟାପକ ସରୋଜ ପ୍ରଧାନ,ଶିକ୍ଷକ ନେତା ଜ୍ୟୋତି ରଞ୍ଜନ ଦାଶ,ଗଣେଶ ଚନ୍ଦ୍ର ଦାଶ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆଚାର୍ଯ୍ୟଙ୍କର କର୍ତ୍ତବ୍ୟ ପରାୟଣତା, କର୍ମନିଷ୍ଠl ଓ ଶିକ୍ଷା ଦାନ ଶୈଳୀର ଉଚ୍ଚ ପ୍ରଂଶସା କରିଥିଲେ l ରାମଚନ୍ଦ୍ର ସଂସ୍କୃତ ସଂସ୍କୃତି ସଂଗଠନ ସଭାପତି ବିଜୟ କୁମାର ରଥ ସ୍ୱାଗତ ଭାଷଣ ଦେବା ପରେ ପରେ ଅଭିନନ୍ଦନ ଗ୍ରନ୍ଥ “ବିଜୟଶ୍ରୀ “କୁ ଅତିଥି ମାନେ ଉନ୍ମୋଚନ କରିଥିଲେ l ଏହି ଅବସରରେ ଅବସର ନେଇଥିବା ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉପଢୌକନ, ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ସହକାରୀ ଶିକ୍ଷୟିତ୍ରୀ ସୁକୃତି ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସନ୍ଧ୍ୟାରାଣୀ ଶତପଥୀ, ପୁଷ୍ପଲତା ମହାପାତ୍ର, ପ୍ରଭାସିନୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ l

ଅଧିକ ପଢନ୍ତୁ