ପ୍ରଫେସର ଦୀପକ କୁମାର ସାହୁ ହେଲେ ଭିଏସଏସୟୁଟି ନୂଆ କୁଳପତି 

ଓଡିଶା ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍‌ପତି ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତ କରିଛନ୍ତି। ଆଜି ପ୍ରଫେସର ଦୀପକ କୁମାର ସାହୁଙ୍କୁ ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମପତି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ଭିଏସଏସୟୁଟି), ବୁର୍ଲାର ନୂଆ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ସିୟୁଏସଏଟି)ର ସ୍କୁଲ ଅଫ୍ ଇଂଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।ପ୍ରଫେସର ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୪ବର୍ଷର ଅଭିଜ୍ଞତା ଥିବାବେଳେ ପ୍ରଫେସର ଭାବେ ୧୪ ବର୍ଷର ଅଭିଜ୍ଞତା ରହିଛି। ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ବୋର୍ଡ଼ ଅଫ୍ ଷ୍ଟଡିଜର ଅଧ୍ୟକ୍ଷ, ଡିନ୍ ଅଫ ଫାକଲ୍ଟି, ଏକାଡ଼େମିକ କାଉନ୍‌ସିଲର ସଦସ୍ୟ ଏବଂ ସିନେଟ୍‌ର ସଦସ୍ୟ ଭାବରେ ପ୍ରଫେସର ସାହୁଙ୍କର ପ୍ରଶାସନିକ ଅଭିଜ୍ଞତା ରହିଛି।

ପାଠ୍ୟଗତ ସଫଳତା ମଧ୍ୟରେ ଗୋଟିଏ ପୁସ୍ତକରେ ପ୍ରକାଶନ, ଗୋଟିଏ ପୁସ୍ତକର ସଂପାଦନା ମୁଖ୍ୟ ଏବଂ ଛଅଟି ସନ୍ଦର୍ଭର ସମୀକ୍ଷା କରିଛନ୍ତି। ଏହାବ୍ୟତୀତ ୩୫ଟି ଜର୍ଣ୍ଣାଲ ଓ ପୁସ୍ତକରେ ସନ୍ଦର୍ଭ ପ୍ରକାଶନ ପାଇଁ ପ୍ରଫେସର ସାହୁଙ୍କର ଅବଦାନ ରହିଛି।

ଅଧିକ ପଢନ୍ତୁ