ପ୍ରବଚନ ବେଳେ ଚାଲିଗଲା ଜୀବନ । ଅଧ୍ୟାପକ ତଥା ରାମଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କର ମୃତ୍ୟୁ ହୋଇଯାଇଛି । ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତରୁ ଆସିଛି ଏପରି ଦୁଃଖଦ ଖବର । ସୂଚନାମୁତାବକ ଉକ୍ତ ଗ୍ରାମର ପାବନ ପୀଠରେ ସୋମବାର ସାରେ ବାସୁଦେବପୁର ଅଢୁଆଁ ପଞ୍ଚାୟତ ଧାତପୁରର ପ୍ରବଚକ ଗୋପାଳ ପ୍ରସାଦ ବେଜ(୬୦) ପ୍ରବଚନ ଦେଉଥିବା ବେଳେ ପ୍ରବଳ କାଶ ହେବା ସହ ଧଇଁସଇଁ ହୋଇ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲା ମେଡିକାଲକୁ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଏହି ଦୁଖଃଦ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
