ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ସାରା ରାଜ୍ୟରେ ସର୍ବନିମ୍ନ ତାପପାତ୍ରା ୨୦ ଡିଗ୍ରୀ ତଳେ ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଇଏମଡିର ଆକଳନ ‘ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ । ଚଳିତ ସପ୍ତାହରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।ସେହିପରି ଗତ ୪ ଦିନ ହେବ ଦୈତନଗରୀ କଟକ, ଭୁବନେଶ୍ୱରରେ ମଧ୍ୟ ପାରଦ ୧୪ ଡିଗ୍ରୀକୁ ଖସିଛି । ସକାଳୁ କୁହୁଡି ଯୋଗୁଁ ଦୂରକୁ ଦୂଶ୍ୟମାନ ହେଉନାହିଁ । ଫଳରେ କେହି ଘରୁ ବାହାରୁ ନାହାନ୍ତି ।ଆଜି (ଶନିବାର) ଫୁଲବାଣୀ ଓ ଝାରସୁଗୁଡାରେ ସର୍ବାଧିକ ଶୀତ ଅନୁଭୂତ ହୋଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା 9 ଡିଗ୍ରୀ ସେଲସିୟସ ରହିଛି । ୨ ସ୍ଥାନକୁ ଛାଡ଼ି ବାକି ଅନ୍ୟ ଜିଲ୍ଲାଗୁଡିକରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଉପରେ ରହିଛି ।ଟିଟିଲାଗଡ, ନୟାଗଡ, କଟକରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରହିଛି । ନୂଆପଡା, ଗୋପାଳପୁର, ଖୋର୍ଦ୍ଧା, ଭୁବନେଶ୍ୱର, ଦେବଗଡ଼, ବାଲେଶ୍ୱର, ପାରାଦ୍ୱୀପରେ ତାପମାତ୍ରୀ ୧୬ ଡିଗ୍ରୀ ସେଲସିୟସ ରହିଛି ।
