ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ପାଳିତ ହୋଇଯାଇଛି।ସୂଚନା ଅନୁଯାୟୀ ନୂଆଗାଁ ଗ୍ରାମପଞ୍ଚାୟତ ଖାଲମଡା ଗ୍ରାମରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ ଙ୍କ ତତ୍ବାବଧାନରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ପାଳିତ ହୋଇଯାଇଛି।ଏହି ଉତ୍ସବ ପାଇଁ ବିଦ୍ୟାଳୟକୁ ସୁସଜ୍ଜିତ କରଯାଇଥିଲା। ନାମ ଲେଖାଇବାକୁ ଆସିଥିବା ପିଲାମାନଙ୍କୁ ତିଳକ ଲଗାଇ ଫୁଲ ପକାଇ ସ୍ବାଗତ କରାଯାଇ ନାମ ଲେଖାଯିବା ସହ ଖଡ଼ିଛୁଆଁ କରଯାଇଥିଲା। ପିଲାମାନେ ଶ୍ରେଣୀଗୃହ ବୁଲି ଦେଖିବା ସହ ସାକ୍ଷରତା ଷ୍ଟେସନ ଦେଖି ଆନନ୍ଦିତ ହୋଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଅଭିଭାବକ ଛାତ୍ର ବନ୍ଧନ ସୁଦୃଢ ହେବ।ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଏହାର ଉଦ୍ଦେଶ୍ୟ କହିଥିଲେ ସି ଆର୍ ସି ସି ନିମେଇ ଚରଣ ସାହୁ।
