ସିନେମା ହଲ୍ରେ ଭୟଙ୍କର ଅଗ୍ନିକାଣ୍ଡ । ରାୟଗଡ଼ା ସହରରେ ଥିବା ଅଶୋକା ସିନେମା ହଲ୍ରେ ଭୟଙ୍କର ଅଗ୍ନିକାଣ୍ଡ । ଶତାଧିକ ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।ରାୟଗଡ଼ା ସହର ସ୍ଥିତ ଅଶୋକ ଟକିଜ୍ ସିନେମା ହଲ୍ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ‘ରେବେଲ ଷ୍ଟାର’ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ରାଜା ସାବ୍” ରିଲିଜ୍ ଉପଲକ୍ଷେ ଫ୍ୟାନମାନେ ହଲ୍ ଭିତରେ ଉତ୍ସବ ମନାଉଥିବା ବେଳେ ଏହି ଅଘଟଣ ଘଟିଛି।ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟାରେ ତେଲୁଗୁ ସିନେ ତାରକା ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ସିନେମା ରାଜା ସାହେବର ଶୁଭ ମହୁରତ ହୋଇଥିଲା । ଯେଉଁଥିରେ ପ୍ରଭାସଙ୍କ ସମର୍ଥକମାନେ ସିନେମା ହଲ ପରିସରରେ ନିଆଁ ଲଗାଇ ଆଳତୀ କରୁଥିଲେ । ଏହି ସମୟରେ ହଲ୍ ରେ ଝୁଲୁଥିବା ପରଦାରେ ନିଆଁ ଲାଗିଯାଇଥିଲା । ଯାହାପରେ ହଠାତ୍ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ଏପିରିକି ପାଖରେ ଥିବା କାଗଜରେ ନିଆଁ ଲାଗି ପ୍ରକୋପ ବଢିବାରେ ଲାଗିଥିଲା । ପରେ ହଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିଆଁ ଲିଭା ଯନ୍ତ୍ର ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ । ଯାହାଫଳରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଥିବା ଅନୁମାନ କରାଯାଉଛି । କିଛି ଦର୍ଶକ ପ୍ରଶଂସକଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏପରି କାର୍ଯ୍ୟ ଜୀବନକୁ ବିପଦରେ ପକାଇପାରେ ।
