ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ

ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ । ଦୀର୍ଘ ଘଣ୍ଟା ପରେ ନୀତିକାନ୍ତି ଚାଲିଛି । ସକାଳୁ ସରିଲାଣି ମଙ୍ଗଳ ଆଳତି ଅବକାଶ । କାଲି ସକାଳ ଧୂପ ପରେ ବନ୍ଦ ଥିଲା ନୀତିକାନ୍ତି । ସମର୍ଥ ସେବାୟତଙ୍କ ବିବାଦ ପାଇଁ ଲାଗିନଥିଲା ଭୋଗ । ଏହା ପରେ କୋଠ ଭୋଗ ପ୍ରକ୍ରିୟା ଠାରୁ ସବୁକିଛି ଧୀରେ ଧୀରେ ଠିକ୍ ଠାକ୍ ଚାଲିବ । ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।ସୂଚନା ମୁତାବକ ଶ୍ରୀ ଲିଙ୍ଗରାଜ ମନ୍ଦିର ବାହାରେ ଫୁଲ ଦୋକାନ କରି ବ୍ୟବସାୟ କରିବା ପାଇଁ ଦାବି କରୁଥିଲେ ସମର୍ଥା ସେବାୟତ । ଏହାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଲା ନାହିଁ । ଏହାକୁ ନେଇ କ୍ଷୋଭ ପ୍ରକାଶ କରି ନୀତିକାନ୍ତି ବନ୍ଦ ରଖିଥିଲେ ସମର୍ଥା ସେବାୟତ ।

ଅଧିକ ପଢନ୍ତୁ

Odisha Darpan Digital