ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ନେତାଙ୍କ ମେଳି। ଯାଜପୁର ସଂଗଠନକୁ ନେଇ ବଡ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ପ୍ରମିଳା ମଲ୍ଲିକ, ବିଶ୍ୱ ମଲ୍ଲିକ, ସୁଜାତା ସାହୁ , ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ନେତା ଉପସ୍ଥିତ ଅଛନ୍ତି।ଯାଜପୁର ଓ ଭଦ୍ରକରେ ଅପରେସନ ଲୋଟସ୍କୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତି କରାଯାଉଥିବା ଜଣାପଡିଛି। ଏହାପୂର୍ବରୁ ପ୍ରମିଳା ମଲ୍ଲିକଙ୍କ ଘରେ ଦୁଇ ଥର ଯାଜପୁର ବିଜେଡ଼ି ନେତାଙ୍କ ବୈଠକ ବସିଥିଲା।ଗତକାଲି ବିଜେଡିରୁ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳକୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବନ କରାଯାଇଥିଲା । ଏହି ମେଳି ନୂଆ ନୁହେଁ ଏହା ପୂର୍ବରୁ ଦୁଇ ଦୁଇ ଥର ମେଳି ବସିଥିଲା ।
