ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି ରେଡ ହୋଇଛି। ବିଶ୍ବ NGOର ଫାଉଣ୍ଡର ହେଉଛନ୍ତି ପ୍ରମିଳାଙ୍କ ଭାଇ । ଏକାଧିକ ବ୍ୟାଙ୍କରୁ ଟଙ୍କା ନେଇଥିଲେ କ୍ଷିରୋଦ । ଏବେ ବିରୋଧୀ ଦଳ ମୁଖ୍ୟ ସଚେତକ ଅଛନ୍ତି ପ୍ରମିଳା ମଲ୍ଲିକ | କ୍ଷୀରୋଦ ମଲ୍ଲିକଙ୍କ ସମ୍ବଲପୁର ସ୍ଥିତ ଘର ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଦିଲ୍ଲୀରେ ମଧ୍ୟ ଚଢ଼ାଉ କରାଯାଇଛି। Bharat integrated social welfare agency ବିରୋଧରେ ରହିଛି ୨୩୧ କୋଟି ଟଙ୍କା ଠକେଇ। ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ କ୍ଷୀରୋଦ। ଇଡି ଚଢ଼ାଉ ନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହି ସବୁ ଟଙ୍କା ନିର୍ବାଚନରେ ଲଗାଇଥିବା ଅଭିଯୋଗ ଆସିଥିଲା ।