ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଜୁଲାଇ ୨୮ ଏବଂ ଜୁଲାଇ ୨୯, ୨୦୨୫ରେ ଓଡ଼ିଶା ଉପକୂଳର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟ କ୍ଷେପଣାସ୍ତ୍ରର ଦୁଇଟି ସଫଳ ଉଡ଼ାଣ ପରୀକ୍ଷଣ କରିଥିଲା।୧୫୦-୫୦୦ କିଲୋମିଟର ପରିସର ସହିତ ଏହା ଉନ୍ନତ ନାଭିଗେସନ ସିଷ୍ଟମରେ ସଜ୍ଜିତ, ଯାହା ସଠିକ ଭାବେ ସ୍ଥଳ-ସ୍ଥଳ ଲକ୍ଷ୍ୟଭେଦ ପାଇଁ ଡିଜାଇନ କରାଯାଇଛି । ଏହା ଭାରତୀୟ ସେନାର କ୍ୱାସି-ବାଲିଷ୍ଟିକ ମିସାଇଲ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବ ।
