ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଡ଼ ପଦକ୍ଷେପ । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କୁ ନେଇ ବସିବ ଉଚ୍ଚ ସ୍ତରୀୟ ବୈଠକ । ଛୁଟି ଦିନ ଓ ସୋମବାର ବାଦ୍ ଏହି ବୈଠକ ସବୁ ମାସ ୧୬ ତାରିଖରେ ବସିବ । ଭିସି ଜରିଆରେ ଯୋଡ଼ି ହେବେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ।ବୈଠକରେ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକ୍ଷମ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମର ବିଭିନ୍ନ ଜରୁରୀ ଦିଗକୁ ନେଇ ବିସ୍ତୃତ ସମୀକ୍ଷା ହେବ। ସବୁ ଜିଲ୍ଲାପାଳ ଏଥିରେ ଉପସ୍ଥିତ ରହିବେ । ପ୍ରତି ବିଭାଗ ପାଇଁ ୩୦ ମିନିଟ୍ ସମୟ ରହିବ। ଏହି ସୀମିତ ସମୟ ଭିତରେ ଯେପରି ସବୁ ଜରୁରୀ ପ୍ରସଙ୍ଗ (କ୍ରିଟିକାଲ୍ ଇସ୍ୟୁ) ଉପରେ ଆଲୋଚନା ସରିବ, ସେନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
