ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ମହାସମର ପାଇଁ କାଉଣ୍ଟଡାଉନ୍ ଆରମ୍ଭ

ପ୍ରସିଦ୍ଧ ଖଣ୍ଡଗିରି ମେଳା ଆସୁଛି । ମାଘ ସପ୍ତମୀରୁ ଆରମ୍ଭ ହେବ ମାଘମେଳା । ଏଥିସହ ଆରମ୍ଭ ହୋଇଯିବ ଖଣ୍ଡଗିରି ଯାତ୍ରା ମହସମର ।ଚଳିତ ଖଣ୍ଡଗିରି ଯାତ୍ରା ମହାସମରରେ ଭାଗ୍ୟ ପରୀକ୍ଷା କରିବେ ମୋଟ ୧୨ଟି ଅପେରା ପାର୍ଟି । ସେଥିମଧ୍ୟରେ ଅଶୋକ ସମ୍ରାଟ, ତୁଳସୀ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ଅପେରା ସୂର୍ଯ୍ୟମନ୍ଦିର, ଯାତ୍ରା ରାଣୀ ସିଂହବାହିନୀ, ଶିବାନୀ ଗଣନାଟ୍ୟ, ଅପେରା ସ୍ୱର୍ଣ୍ଣ ମହଲ, ରଙ୍ଗମହଲ, ନାଟ୍ୟମଣ୍ଡପ, ରାଜଦରବାର, ବିଶ୍ୱଦରବାର ଓ ନୂଆକରି ଗଢ଼ାଯାଇଥିବା ଶ୍ରୀମନ୍ଦିର ଭଳି ଆଗଧାଡ଼ିର ପାର୍ଟି ରହିଛନ୍ତି ।ସବୁ ଯାତ୍ରା ପାର୍ଟି ପର୍ଯ୍ୟାୟକ୍ରମେ ଯାତ୍ରା ପରିବେଷଣ କରିବେ ବୋଲି ବିଭିନ୍ନ କମିଟି ପକ୍ଷରୁ ସୂଚନା ମିଳିଛି । ଆସନ୍ତା ମକର ସଂକ୍ରାନ୍ତି ପରେ ପରେ ମଞ୍ଚ ବନ୍ଧା ଆରମ୍ଭ ହୋଇଯାଇଥିବ ବୋଲି ଜଣାପଡ଼ିଛି ।

ଅଧିକ ପଢନ୍ତୁ