ପ୍ରାଞ୍ଜଳ ଭାବେ କ୍ୟାପିଟାଲ ଲେଟର, ଟାଇପ କିମ୍ବା ଗୋଲ ଅକ୍ଷରରେ ଲେଖିବାକୁ ନିର୍ଦେଶ ଦେଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମସ୍ତ ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।ଏନେଇ ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ନିର୍ଦେଶ ଜାରି କରିଛି। ଡାକ୍ତରୀ ଚିଠା, ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରାଞ୍ଜଳ ଭାବେ କ୍ୟାପିଟାଲ ଲେଟର, ଟାଇପ କିମ୍ବା ଗୋଲ ଅକ୍ଷରରେ ଲେଖିବାକୁ କୁହାଯାଇଛି। ଲେଖା ଏମିତି ହେବା ଦରକାର ଯେମିତି କିଛି ସମସ୍ୟା ନ ହେବ ଓ ଭଲ ଭାବେ ବୁଝି ହେବ ।

ରାଜ୍ୟର ସମସ୍ତ ମେଡିକାଲ ସେଣ୍ଟର, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।ଡାକ୍ତରଙ୍କ ହାତଲେଖା ପ୍ରେସକ୍ରିପସନ ଅନେକ ସମୟରେ ସାଧାରଣ ବ୍ୟକ୍ତି ହୁଅନ୍ତୁ କି ପ୍ରଶାସନିକ ଅଧିକାରୀ ବୁଝି ପାରନ୍ତିନାହିଁ। ଯାହା ଫଳରେ ବିଭିନ ସମସ୍ୟା ଦେଖା ଦିଏ | ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ହେଉ କି ଅନ୍ୟାନ୍ୟ ରିପୋର୍ଟ ଡାକ୍ତରଙ୍କ ଅକ୍ଷର ପଢିବା ଅସମ୍ଭବ ହୋଇଥାଏ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଓଡ଼ିଶା ହାଇକୋର୍ଟ।

ଅଧିକ ପଢନ୍ତୁ

Odisha Darpan Digital