ପ୍ରିନ୍ସପାଲ ଚାହିଁଥିଲେ ସୌମ୍ୟାଙ୍କ ଜୀବନ ବଞ୍ଚି ଯାଇଥାନ୍ତା କିନ୍ତୁ …..

ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଘଟଣାରେ ଏଫଏମ କଲେଜର ପିଅନ କରିଛନ୍ତି ବଡ଼ ଖୁଲାସା। ସେଦିନ ସୌମ୍ୟାଶ୍ରୀଙ୍କ ମୃତ୍ୟୁବେଳେ ପ୍ରିନ୍ସପାଲଙ୍କ ଅଫିସ ସାମ୍ନାରେ କ’ଣ ହୋଇଥିଲା ସେନେଇ ସବୁ କହିଛନ୍ତି ପିଅନ। ପିଅନଙ୍କ ବୟାନ ଅନୁସାରେ, ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ସେ ଦୌଡି ଦୌଡି ପ୍ରିନ୍ସପାଲଙ୍କୁ ରୁମକୁ ଯିବାକୁ ଚେଷ୍ଟା କରିଥିଲେ। ହେଲେ ଜଳିପୋଡି ଯାଉଥିବା ସୌମ୍ୟାଶ୍ରୀଙ୍କୁ ପିଅନ ବଞ୍ଚେଇବା ବରିବର୍ତ୍ତେ ଅଟକାଇ ଦେଇଥିଲେ। କାଳେ ପ୍ରିନ୍ସକାଲଙ୍କ ଦେହରେ ନିଆଁ ଲାଗିଯିବ ସେ ନେଇ ସେ ସୌମ୍ୟାଙ୍କୁ ତଡି ଦେଇଥିଲେ।ଏଥିରୁ ଜଣାପଡୁଛି ଯେ, ପ୍ରିନ୍ସପାଲ ଅଫିସ ଭିତରେ ଥିଲେ। ହେଲେ ପିଅନଙ୍କୁ କହି ସୌମ୍ୟାଙ୍କୁ ଦେହରୁ ନିଆଁ ଲିଭାଇବା ପରିବର୍ତ୍ତେ ତାଙ୍କୁ ସେପରି ଅବସ୍ଥାରେ ତଡି ଦିଆଗଲା। ଏହା କିଭଳି କୁମାନସିକତା ଅଟେ |

ଅଧିକ ପଢନ୍ତୁ

kc ads