ପ୍ରେମସମ୍ପର୍କକୁ ନେଇ ଗୁଳିକାଣ୍ଡ ଘଟଣା । ଅଭିଯୁକ୍ତ ପ୍ରେମିକ ଗିରଫ

ରାଜଧାନୀ ଭୁବନେଶ୍ବରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ । କାର୍ ଭିତରେ ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଧମକ ଦେଉଛି ଦୁର୍ବୁତ୍ତ । ତ୍ରିକୋଣୀୟ ପ୍ରେମକୁ ନେଇ ଦୁର୍ବୁତ୍ତ ଜଣଙ୍କ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ ଦେଉଛନ୍ତି । ସାଙ୍ଗରେ ନରହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଅନ୍ୟ ଯୁବକ ସହ ବୁଲିଲେ ୨୪ ଘଣ୍ଟାରେ ମାରିଦେବ ବୋଲି କହୁଛି ଦୁର୍ବୁତ୍ତ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ପ୍ରେମ ସମ୍ପର୍କକୁ ନେଇ ଗୁଳିକାଣ୍ଡ ଘଟଣାରେ ପୁଲିସ୍‌ ଅଭିଯୁକ୍ତ ପ୍ରେମିକ ଲାଜାର୍ ପ୍ରଧାନକୁ ଗିରଫ କରିବା ସହ ତା ଠାରୁ ପିସ୍ତଲ୍ ଜବତ କରିଛି । ଜଣା ପଡିଛି ଯେ, କାର୍ ଭିତରେ ବସିଥିବା ଯୁବତୀ ଜଣଙ୍କ ହେଉଛନ୍ତି ଜଣେ ବାର୍ ଗର୍ଲ । ତାଙ୍କ ଘର କୋଲକାତାରେ । ସେ ଭୁବନେଶ୍ୱରର ଏକ ବାର୍‌ରେ କାମ କରନ୍ତି । ହାତରେ ବନ୍ଧୁକ ଧରି ଧମକ ଦେଉଥିବା ବ୍ୟକ୍ତି ହେଉଛନ୍ତି ନିମାପଡ଼ା ଅଞ୍ଚଳର । ତେବେ ଯୁବତୀଙ୍କୁ ଅନ୍ୟ ଜଣେ ବନ୍ଧୁ ସହ କାର୍‌ରେ ଦେଖିବା ପରେ, ଯୁବତୀ ରହୁଥିବା ଭଡ଼ା ଘର ପାର୍କିଂ ନିକଟରେ ଏହିଭଳି ଧମକ ଦେଉଛନ୍ତି ସଂପୃକ୍ତ ଯୁବକ । ଅନ୍ୟପଟେ ପାରଳାଖେମୁଣ୍ଡିରୁ ସାଇଣ୍ଟିଫିକ୍ ଟିମ୍‌ର ୩ ଜଣ ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରୁ ୩ଟି ଗୁଳି ଜବତ ହୋଇଛି । ଅଭିଯୁକ୍ତ ଲାଜାର୍ ପ୍ରଧାନ ଓ ଭାଇ ସନ୍ତୋଷ ପ୍ରଧାନ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ଏହି ଗୁଳିମାଡ଼ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଗୁଳିମାଡ଼ରେ ଶିକାର ହୋଇଥିବା ଝିଅର ସମ୍ପର୍କୀୟ ଭାଇ ଅନିଲ କରାଡର ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ଚାଲିଛି । ତେବେ ଘଟଣାରେ ସଂମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଲାଜରର ବଡ ଭାଇ ସନ୍ତୋଷ ପ୍ରଧାନ ଏବେ ବି ଫେରାର ରହିଛି । ସନ୍ତୋଷ ପ୍ରଧାନ ଗିରଫ ହେବା ପରେ ପୁଲିସକୁ ଅଧିକ ତଥ୍ୟ ମିଳିବବୋଲି କୁହାଯାଉଛି । ପ୍ରେମସମ୍ପର୍କକକୁ ନେଇ ଗତକାଲି ଢ଼େପସାହିରେ ବୈଠକ ବସିଥିବାବେଳେ ଝିଅର ଭାଇ ଉପରେ ଗୁଳିମାଡ଼ କରିଥିଲା ଲାଜରର ଭାଇ ସନ୍ତୋଷ ।

ଅଧିକ ପଢନ୍ତୁ