ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ୪ ଅଟକ। ପ୍ରେମିକ ସମେତ ୪ ଜଣଙ୍କୁ ଅଟକ ରଖିଛି କେନ୍ଦ୍ରାପଡା ସଦର ପୋଲିସ। ଅଭିଯୋଗ ଅନୁଯାୟୀ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଯୁବତୀଙ୍କର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ କଦଳୀବଣ ଗାଁର ରାହୁଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲାl
ନିକଟରେ ରାହୁଲ ନିଜ ପ୍ରେମିକାକୁ ଆଣି କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ଶ୍ୟାମଗୁଡ଼ିଆ ଅଞ୍ଚଳରେ ଥିବା ଓମ୍ ସାଇ ଗେଷ୍ଟ ହାଉସରେ ରଖିଥିଲେ l ବିବାହର ପ୍ରତିଶ୍ରୁତି ଦେଇ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ସହିତ ଅନୈତିକ କାର୍ଯ୍ୟ କରିବା ପାଇଁ ଚାପ ପକାଇଥିଲେ l ଏମିତିକି ବିଭିନ୍ନ ସମୟରେ ତାଙ୍କୁ ମାରଧର ମଧ୍ୟ କରୁଥିଲେlକୌଶଳକ୍ରମେ ଯୁବତୀ ଜଣକ ସେଠାରୁ ଖସି ଆସି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଲଜ୍ ଉପରେ ଚଢାଉ କରି ଯୁବତୀଙ୍କ ପୁରୁଷ ବନ୍ଧୁ, ତାଙ୍କର ଅନ୍ୟ ଜଣେ ବାନ୍ଧବୀ, ଲଜ୍ ମାଲିକ ଓ ତାଙ୍କର ସହଯୋଗୀଙ୍କୁ ଅଟକ ରଖିଛି l ଘଟଣା ସଂପର୍କରେ ପୋଲିସ ଅଧିକ ତଦନ୍ତ ଚଳାଇଛି l
