ଓଡ଼ିଶାରେ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଜଘନ୍ୟ ହତ୍ୟାକାଣ୍ତ । ପ୍ରେମିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟିଲା ଜହ୍ଲାଦ ପ୍ରେମିକ । ଝାରସୁଗୁଡ଼ାରେ ହତ୍ୟା ପରେ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଲା ମୃତ ଶରୀରର ଖଣ୍ଡ । ଏଠାରେ ଜଣେ ଜେଲ୍ ଫେରନ୍ତା ପ୍ରେମିକ ଯେପରି କାଣ୍ଡ କରିଛି, ପ୍ରେମ୍ କରୁଥିବା ପ୍ରେମପକ୍ଷୀମାନେ ଭୟଭୀତ ହୋଇଯିବେ। ବିଶ୍ବାସ କରି ଭଲ ପାଉଥିବା ପ୍ରେମିକ ଜଣକ ସତକି ନାହିଁ ଅନେକ ଥର ପରଖିବାକୁ ଚିନ୍ତା କରିବେ। ଦୁଷ୍କର୍ମ କରି ଜେଲ୍ ଯାଇଥିଲା ଅଭିଯୁକ୍ତ । ଜାମିନରେ ଆସିବା ପରେ ଘଟାଇଲା ନାରକୀୟ କାଣ୍ଡ । ପ୍ରେମିକାକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲା । ବ୍ରାହ୍ମଣୀ ନଦୀରୁ ଯୁବତୀଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିବାବେଳେ ନିକଟ ପୋଖରୀରୁ ମିଳିଛି ହାତ ଗୋଡ ।
ଏହା ସଂପୃକ୍ତ ଯୁବତୀଙ୍କର ବୋଲି ସନ୍ଦେହ କରାଯାଉଛି । ଏବେ ସୁଦ୍ଧା ମୁଣ୍ଡ ମିଳିନଥିବାରୁ ମୃତଦେହ ଚିହ୍ନଟ ପାଇଁ ପରିବାର ଲୋକଙ୍କୁ ଡାକିଛି ପୋଲିସ । ଅଭିଯୁକ୍ତକୁ ଧରି ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛି ପୋଲିସ । ସୂଚନା ଅନୁସାରେ କୁନା ସହିତ ନାବାଳିକା ପ୍ରେମିକାର ଗତବର୍ଷ ଝଗଡ଼ା ହୋଇଥିଲା। ନାବାଳିକାର ପରିବାର ଲୋକଙ୍କର ଅଭିଯୋଗ ଆଧାରରେ କୁନା ଗିରଫ ହୋଇ ଜେଲ୍ ଯାଇଥିଲା। ନିକଟରେ ଜେଲ୍ରୁ ଫେରିବା ସହିତ ହତ୍ୟା ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲା।