ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା। ସୋର ଥାନା ଲିଙ୍ଗାପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।ଯୁବତୀ ଜଣଙ୍କ ନାମ ହେଉଛି ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ। ଆଜି ଘରେ କେହି ନଥିବା ବେଳେ ଜ୍ୟୋତିର୍ମୟୀଙ୍କ ଗଳା କାଟି କେହି ହତ୍ୟା କରିଦେଇଥିଲା। କିଛି ସମୟ ପରେ ଘର ଲୋକ ଫେରି ଝିଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ଦୁଇ ଦିନ ତଳେ ବାସୁଦେବପୁର ଅଞ୍ଚଳର ଜଣେ ଯୁବକ ହଇରାଣ କରୁଥିବା ନେଇ ଜ୍ୟୋତିର୍ମୟୀ ସୋର ଥାନାରେ ଅଭିଯୋଗ କରିଥିଲେ।
