ପ୍ରେମିକାର ବେକ କାଟି ହତ୍ୟା ଘଟଣା- ପୋଲିସକୁ ଦେଖି ଭୟରେ ବିଷ ଖାଇଦେଲା ଅଭିଯୁକ୍ତ

ପ୍ରେମିକାଙ୍କୁ ଗଳାକାଟି ବିଭତ୍ସ ହତ୍ୟା ଘଟଣାରେ ଧରାପଡ଼ିଲା ଅଭିଯୁକ୍ତ । ଜଙ୍ଗଲରୁ ଉଠାଇ ଆଣିଲା ପୋଲିସ। ଏକତରଫା ପ୍ରେମକୁ ନେ ଇ ସୋରରେ ଘରେ ପଶି ଯୁବତୀଙ୍କ ଗଳାକାଟି ହତ୍ୟା କରିଥିଲା ଅଭିଯୁକ୍ତ । ପୁଲିସକୁ ଦେଖି ଭୟରେ ଅଭିଯୁକ୍ତ ଯୁବକ ଜଣକ ବିଷ ଖାଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁରରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁସାରେ ସୋମବାର ଜ୍ୟୋତିର୍ମୟୀ ରାଣା ନାମକ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ଭୈରବପୁର ଗାଁର ବିଶ୍ୱରଞ୍ଜନ ପୁହାଣ ନାମକ ଅଭିଯୁକ୍ତ ଯୁବକ ଅନୁପଯୁକ୍ତ ପ୍ରେମ ଯୋଗୁଁ ଝିଅଟିର ଗଳା କାଟି ହତ୍ୟା କରିଛି।

ଜ୍ୟୋତିର୍ମୟୀ ପୂର୍ବରୁ ବିବାହ ପ୍ରସ୍ତାବ ପାଇଁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲଗାତାର ଧମକ ଏବଂ ହଇରାଣ ବିଷୟରେ ଏକ ଏଫଆଇଆର ଦାଖଲ କରି ସୋରୋ ପୋଲିସର ସାହାଯ୍ୟ ଲୋଡ଼ିଥିଲେ। ଆକ୍ରମଣ ହେବା ଦିନ ସେ ଘରେ ଏକା ଥିଲେ।ହତ୍ୟାକାଣ୍ଡ ଘଟାଇ ଯୁବକ ଜଣକ ଫେରାର୍ ହୋଇଯାଇଥିବାବେଳେ ଆଜି ପୁଲିସ ନିକଟ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି।

ଅଧିକ ପଢନ୍ତୁ

Odisha Darpan Digital