ପ୍ରେମିକ ଘରେ ନିଆଁ ଲଗାଇଦେଲେ ପ୍ରେମିକା

ବାସୁଦେବପୁର ଥାନା ଅଧିନ ପଦ୍ମପୁର ପଞ୍ଚାୟତ ରୁକଣାଦେଇପୁର ଗ୍ରାମର ସୁଦର୍ଶନ ମହାପାତ୍ରଙ୍କ ପୁଅ ପ୍ରଭାତ ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲା। ବିବାହର ପ୍ରତିଶ୍ରୁତିକୁ ନେଇ ପ୍ରେମିକର ଆର୍ଥିକ ଦୁରାବସ୍ଥା ସମୟରେ ପ୍ରେମିକା ଜଣକ ଆର୍ଥିକ ସହାନୁଭୂତି ଦେଖାଇବା ସହ ପ୍ରେମିକ ଘରକୁ ଅନେକ ସମୟରେ ବୁଲିବାକୁ ଆସୁଥିଲା।ଯୁବତୀଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା।

ବର୍ତ୍ତମାନ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି। ଏମିତିକି ପ୍ରେମିକ ଚାଳ ଛପରକୁ ମରାମତି କରିବା ପାଇଁ ଆର୍ଥିକ ସାହାଯ୍ୟ କରିଥିଲା ବୋଲି ଶୁଣିବାକୁ ମିଳିଛି।ଶୁକ୍ରବାର ଅପରାହ୍ନରେ ବୁଲିବାକୁ ଆସିଥିବା ସମୟରେ ଭାବି ଶାଶୁଙ୍କ ଅସହ୍ୟ କଥା ସହି ନପାରି ଶେଷରେ ପ୍ରେମିକର ଘରେ ନିଆଁ ଲଗାଇ ଦେଇଥିଲା ପ୍ରେମିକା। ଅନ୍ୟପକ୍ଷେ ପୋଲିସ ପ୍ରେମିକା ଏବଂ ତାଙ୍କର ଜଣେ ବାନ୍ଦବୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅଧିକ ପଢନ୍ତୁ

Odisha Darpan Digital