ଅସଲି ପୋଲିସ ହାତରେ ଧରାପଡିଲେ ନକଲି ପୋଲିସ । ନିଜକୁ ପୋଲିସ କହି ପ୍ରେମୀ ଯୁଗଳଙ୍କୁ ବ୍ଲାକମେଲ୍ କରୁଥିଲେ, ବାନ୍ଧିଲା ପୋଲିସ । ଖଣ୍ଡଗିରି ଓ ଉଦୟଗିରି ନିକଟରେ ପ୍ରେମୀଯୁଗଳଙ୍କୁ ବ୍ଲାକ ମେଲ କରିବା ସହ ଅନ୍ତରଙ୍ଗ ମୂହୁର୍ତ୍ତ ଫଟୋ ଓ ଭିଡ଼ିଓ କରି ଟଙ୍କା ମାଗୁଥିଲେ । ନିଜକୁ ସାଧା ପୋଷାକଧାରୀ ପୋଲିସ କହି ମୋଟା ଅଙ୍କର ଟଙ୍କା ଆଦାୟ ବେଳେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।ଗିରଫ ଅଭିଯୁକ୍ତ ହେଲେ କେରଳର ଜୋଶେଫ ଏମ.ଇ ଏବଂ ଭୁବନେଶ୍ୱର ଜାଗମରା ଅଞ୍ଚଳର ଜିତେନ୍ଦ୍ର ସାମନ୍ତରାୟ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବାଇକ ସହ ଦୁଇଟି ମୋବାଇଲ୍ ଜବତ ହୋଇଛି ।ସେମାନଙ୍କ ନାଁ ରେ ଆଉ କଣ’ କେସ ରହିଛି ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।
