ପ୍ରେମୀଯୁଗଳଙ୍କ ବାହାଘର କରାଇଲେ ଥାନା ଅଧିକାରୀ ।

ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ ଏକ ଘଟଣା ଘଟିଛି ।ପ୍ରେମୀଯୁଗଳଙ୍କ ବାହାଘର କରାଇଲେ ଥାନା ଅଧିକାରୀ । ଉଭୟଙ୍କ ଭଲ ପାଇବାକୁ ଗ୍ରହଣ କରିନଥିଲେ ପରିବାର । ଦୁହେଁ ଘର ଛାଡି ଚାଲି ଯାଇଥିଲେ । ପୋଲିସ ଉଭୟଙ୍କୁ ଥାନାକୁ ଆଣି ପରିବାର ଲୋକଙ୍କୁ ବୁଝାସୁଝା କରି ବାହାଘର କରାଇଛନ୍ତି । ଚଣ୍ଡିତଳ ଗାଁର କେଶବ ସାମଲଙ୍କ ପୁଅ ରିତୁ ସେହି ଗାଁର ଫକୀର ମଲିକ ଝିଅ ରିନୁଙ୍କୁ ଗତ ୬ବର୍ଷ ହେବ ଭଲ ପାଉଥିଲେ। ପରିବାର ଲୋକେ ଉଭୟଙ୍କ ଭଲ ପାଇବାକୁ ଗ୍ରହଣ କରିନଥିବା ବେଳେ ଦୁହେଁ ଲୁଚି ଘର ଛାଡ଼ି ଚାଲି ଯାଇଥିଲେ । ଦୁହେଁ ବଡ଼ଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କ ହାବୁଡ଼ରେ ପଡିବାରୁ ଉଭୟଙ୍କୁ ଥାନାକୁ ଆଣିଥିଲେ । ସାବାଳକ ଥିବାରୁ ଉଭୟ ପରିବାରକୁ ଥାନାକୁ ଡ଼କାଇ ରାଜି କରାଇ ବିବାହ କରାଇଛନ୍ତି । ଏହି ବାହାଘର ପାଇଁ ଥାନାରେ ହୋଇଥିଲା ସମସ୍ତ ଆୟୋଜନ। ତେବେ ବାହାଘର ପରେ ଉଭୟ ବେଶ୍ ଖୁସି ଜାହିର କରିଥିବା ବେଳେ ପରିବାର ଲୋକେ ଥାନା ଅଧିକାରିଣୀଙ୍କୁ ପ୍ରଶଂସା କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital