ପ୍ରେମ ପ୍ରତାରଣାରୁ ଜୀବନ ହାରିଲେ ବିଏମସି ନର୍ସିଂ ଛାତ୍ରୀ । ମୃତ ଛାତ୍ରୀ ଜଣଙ୍କ ହେଲେ ମାଲକାନହିରି ଥାନା ଏମଭି- ୩୬ । କିଛି ଦିନ ତଳେ ଟାବଲେଟ ଖାଇ ଜୀବନ ହାରିବା ଉଦ୍ୟମ କରିଥିଲେ । ଗତକାଲି ମେଡିକାଲରୁ ଡିସ୍ଚାର୍ଜ ହୋଇ ଘରକୁ ଆସିଥିଲେ ଛାତ୍ରୀ । ଆଜି ପୁଣି ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ବାପା ଦେଖି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ମେଡିକାଲରେ ପହଂଚିବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।। ପ୍ରେମରେ ପ୍ରତାରଣା ପରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା ।
