ଯୌତୁକ ପାଇଁ ଜାଳିଦେଲେ ବୋହୂକୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ କହ୍ନେଇପୁର ଗାଁରେ। ଯୌତୁକ ନିର୍ଯାତନା ଦେଇ ଶାଶୂ ଓ ଦିଅର ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିବାବେଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବୋହୂକୁ ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ଆକାଶ ପରିଡ଼ାଙ୍କୁ ଦୁଇ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଆରତୀ ।
ଯୌତୁକ ପାଇଁ ଝିଅକୁ ବିଭିନ୍ନ ସମୟରେ ଶାଶୁ ଘର ଲୋକ ନିର୍ଯାତନା ଦେଉଥିବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ଶାଶୁ ବୋହୂ ଭିତର ବଚସା ହୋଇଥିଲ । ଆଜି ସକାଳେ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଥିବା ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି । ତାଙ୍କ ଶରୀରର ୪୦ ପ୍ରତିଶତ ପୋଡିଯାଇଥିବା ବେଳେ ଡାକ୍ତର ବ୍ରହ୍ମପୁର ଏମ୍କେସିଜି ମେଡିକାଲ ସ୍ଥାନାନ୍ତର କରିଛନ୍ତି । ମେଡ଼ିକାଲରେ ପହଞ୍ଚି ପୋଲିସ ତଦନ୍ତ କରୁଛି ।