ପ୍ରେସମିଟରେ ସ୍ପେଶାଲ ଓଟିଇଟି ଦ୍ୱନ୍ଦ୍ୱ ଦୂର କଲେନି ବୋର୍ଡ ସଭାପତି

ପ୍ରେସମିଟରେ ସ୍ପେଶାଲ ଓଟିଇଟି ଦ୍ୱନ୍ଦ୍ୱ ଦୂର କଲେନି ବୋର୍ଡ ସଭାପତି । ଆସନ୍ତା ୩୧ ତାରିଖରେ ସ୍ପେଶାଲ ଓଟିଇଟି ହେବକି ନାହିଁ ସ୍ପଷ୍ଟ କଲେନି । ଯଦି ୩୧ ତାରିଖରେ ନ ହେଲା ଅତିଶୀଘ୍ର ସ୍ପେଶାଲ ଓଟିଇଟି କରିବୁ କହିଲେ ।ପରୀକ୍ଷାକୁ ସଠିକ ଭାବେ କରିବା ପାଇଁ କମିଟି ତର୍ଜମା କରୁଛି ।ସୂଚନାଯୋଗ୍ୟ ଯେ, ଜୁଲାଇ ୨୦ରେ ଅନୁଷ୍ଠିତ ହେବାକୁ ଥିଲା ସ୍ୱତନ୍ତ୍ର ଓଟିଇଟି । ହେଲେ ପରୀକ୍ଷାର ଠିକ୍ ପୂର୍ବ ରାତିରେ ଅପ୍ରତ୍ୟାଶିତ ଭାବରେ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ହେବା ଏଭଳି କରିବାର କାରଣ ଥିଲା । ଏହି ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ | ତେବେ ବୋର୍ଡ ଉପସଭାପତି ନିହାର ମହାନ୍ତି, ବୋର୍ଡ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜିତେନ୍ ମହାରଣା, ରାୟଗଡ଼ା ଜିଲ୍ଲାର ଏକ୍ସ କ୍ୟାଡ୍‌ର ଶିକ୍ଷକ ସଂଘ ସଭାପତି ବିଜୟ ମିଶ୍ରଙ୍କ ସମେତ ୮ ଜଣକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ଅଧିକ ପଢନ୍ତୁ