ପ୍ରେସ୍ର ଆଣ୍ଡ ମେଡିଆ ୱେଲଫର ଆସୋସିଏସନର ଜାତୀୟ ପ୍ରେସ ଦିବସ ପାଳିତ, ମନ୍ତ୍ରୀ ସୂର୍ଯ୍ୟବଂଶୀ ଉନ୍ମୋଚନ କଲେ ଲୋଗୋ l

ରାୟଗଡା : ପ୍ରେସ ଆଣ୍ଡ ମେଡିଆ ୱେଲଫର ଆସୋସିଏସନ ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସକୁ ସ୍ଥାନୀୟ ତେଜସ୍ୱି ହୋଟେଲରେ ପାଳନ କରାଯାଇଛି l ଏହି ଅବସରରେ ଆଜି ପ୍ରଥମେ ମା ମଝିଘରିଆଣିଙ୍କ ନିକଟରେ ଲୋଗୋ ଉନମଚନ ପରେ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ଓ ରାଜ୍ୟସଭା ସାଂସଦ ସୁରଜ କୁମାରଙ୍କ କର କମଳରେ ତାହାକୁ ପ୍ରଦର୍ଶନ କରାଯାଇଥିଲା l ଏହାପରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଆସୋସିଏସନ ପକ୍ଷରୁ ଏହାକୁ ପାଳନ ଅବସରରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ରହିଥିଲେ l ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ମଙ୍ଗଳ ସଙ୍ଘ ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ସମଦୃଷ୍ଟିର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦଘାଟନ କରିଥିଲେ l

ଆଜିର ଦିବସରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ୟେଶ୍ୟରେ ମଙ୍ଗଳ ଚିନ୍ତା ପ୍ରକଟ କରି ସଂଗଠନ କରାଯାଇଥିବାରୁ ଏହାକୁ ସାଧୁବାଦ ଜଣାଇବା ସହ ଏହା ନିଷ୍ଠାର ସହ ନିଃସ୍ୱାର୍ଥପର ଭାବେ ଗଠନ ହୋଇଥିବା ପରିଲିକ୍ଷିତ ହୋଇଛି ଓ ଏହା ନିଶ୍ଚିତ ଭାବେ ରାଜ୍ୟସ୍ତରରେ ଏକ ସ୍ତରରେ ଏକ ଅଗ୍ରଣୀ ସାମ୍ବାଦିକ ସଂଗଠନ ଭାବେ ଭୂମିକା ଗ୍ରହଣ କରିବ ବୋଲି ନିଜ ମନ୍ତବ୍ୟରେ କହିଥିଲେ l ମୁଖ୍ୟ ଅତିଥି ସାମ୍ବାଦିକଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିବା ସହ ଖବର ପରିବେଷଣରେ ସମନ୍ୱୟ ରକ୍ଷା କରିବାକୁ କହିଥିଲେ l ଉପସ୍ଥିତ ସମସ୍ତ ଅତିଥିଙ୍କୁ ଆସୋସିଏସନ ପକ୍ଷରୁ ସମ୍ବର୍ଧନା ସହ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା l ଆଜିର ଦିବସରେ ଆସୋସିଏସନର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା, ରାଧାକୃଷ୍ଣ ପଟନାୟକ, ଅମୂଲ୍ୟରତ୍ନ ସାହୁ, ମାଉଡି ବାରିକ, ଚିତ୍ତରଞ୍ଜନ ନାୟକ, ସୁରେଶ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିବା ବେଳେ ପରିଚାଳନା କମିଟି ସଭ୍ୟ କେ ଶିବ ପ୍ରସାଦ ଦୋରା, ତୁଷାର ରଞ୍ଜନ ସାହୁ, ୱାଇ.ଦାମୋଦର ରାଓ, ସିଵନରାୟଣ ଗୌଡ, ଶିବାଜୀ ଦାଶ, ପ୍ରଶାନ୍ତ ପାଳ ସଭା ପରିଚାଳନା କରିଥିବା ବେଳେ ଉପସ୍ଥିତ ସମସ୍ତ ସଭ୍ୟ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରାରମ୍ଭିକ ଭାଷଣରେ ଶିବାଜୀ ଦାଶ ଆସୋସିଏସନର ଏକତା ଆମ ସମସ୍ତଙ୍କ ପୁଞ୍ଜି ଅଟେ l ଆମର ଏକତା ସମଗ୍ର ଓଡ଼ିଶାରେ ଉଦାହରଣ ସୃଷ୍ଟି କରିବ ବୋଲି ଅବିଭାଷଣରେ କହିଥିଲେ l ଶେଷରେ ଶିବ ନାରାୟଣ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ l ଉଦଘୋଷିକା ବିଦିଶା ଶତପଥୀ ଉପସ୍ଥିତ ରହି ସୁଚାରୁରୂପେ ମଂଚ ପରିଚାଳନା କରିଥିଲେ l

ଅଧିକ ପଢନ୍ତୁ

Odisha Darpan Digital