ରାୟଗଡ : ପ୍ରେସ ୟୁନିଅନ ରାୟଗଡ ପ୍ରତି ବର୍ଷ ପ୍ରତିଷ୍ଠା ଦିବସ ଉପଲକ୍ଷେ ଵୃଦ୍ଧାଶ୍ରମ ରେ ଗରିବ ନିଃସହାୟ ବ୍ୟକ୍ତି ଙ୍କୁ ଫଳ ବଣ୍ଟନ କରିଥାଏ । ପ୍ରେସ ୟୁନିଅନ ରାୟଗଡ ତାହାର ନବମ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଉପଲକ୍ଷେ ଆଜି ତା:-୨୧-୦୧-୨୦୨୫ ରିଖ ଏହି ମହତ କାମ ଜାରି ରଖି ପ୍ରତିଷ୍ଠା ଦିବସରେ ରାୟଗଡ ସହର ର ହାଉସିଂ କଲୋନୀ ରେ ଅବସ୍ଥିତ ବୃଦ୍ଧାଶ୍ରମ କୁ ଅନ୍ତେବାସୀ ଙ୍କୁ କଦଳୀ, ଏପଲ,ଅଙ୍ଗୁର, ଡାଳିମ୍ବ ବିସ୍କୁଟ, କାଜୁ କିସମିସ ଏହିପରି ବିଭିନ୍ନ ପ୍ରକାର ର ବସ୍ତୁ ବାଣ୍ଟିଥିଲେ l

ଯେଉଁମାନେ ନିଜର ପରିବାର ବର୍ଗ ଙ୍କ ଠାରୁ ଦୁରେଇ ରହି ବୃଦ୍ଧାଶ୍ରମ ରେ କାଳତିପାତ କରୁଛନ୍ତି ତାଙ୍କରି ପାଖରେ ପ୍ରେସ ୟୁନିଅନ ର ସଭାପତି ଅମୁଲ୍ୟ ସାହୁ, ସମ୍ପାଦକ ଶିବାଜୀ ଦାସ ଉପଦେଷ୍ଟା ସୁରେଶ ଦାସ, ଙ୍କ ସହିତ ପ୍ରେସ ୟୁନିଅନ ସନ୍ତୋଷ ପାଣିଗ୍ରାହୀ, ରାଜେଶ କୁମାର ମହାନ୍ତି, ପରମାନନ୍ଦ ପ୍ରଧାନ, ରାଜୀବ ପଣ୍ଡା ସିଗ୍ମା ମେଡ଼ିଆ ମୁଖ୍ୟ ମନୋଜ କୁମାର ମିଶ୍ର, ଅମୁଲ୍ୟ ନିଶଙ୍କ ଙ୍କ ସ ସହିତ ଅନ୍ୟ ସଭ୍ୟ ମାନେ ଅନ୍ତେବାସୀ ଙ୍କ ନିକଟ କୁ ଯାଇ ଫଳ ବଣ୍ଟନ ସହିତ ନବ ବର୍ଷ, ମକର ସଂକ୍ରାନ୍ତି ଓ ପୋଙ୍ଗଲ ର ଅଭିନନ୍ଦନ ଜଣାଇବା ସହିତ ବୃଦ୍ଧ ବୃଦ୍ଧା ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l ୟୁନିଅନ ର ସଭ୍ୟ ମାନଙ୍କୁ ପାଖରେ ପାଇ ଅନ୍ତେବାସୀ ଅତି ଆନନ୍ଦ ର ସହିତ କୁଣ୍ଡାଇ ପକେଇ କିଛି ସମୟ ଆନନ୍ଦ ରେ ବିତାଇଥିଲେ l