ପ୍ରେସ ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ବାଗତଜିଲ୍ଲା ର ଅଗ୍ରଗତି ରେ ପ୍ରେସ ୟୁନିୟନ ର ଭୁମିକା ରହିବ

ରାୟଗଡ଼ :– ରାୟଗଡ଼ ପ୍ରେସ ୟୁନିୟନ ତରଫରୁ ଜିଲ୍ଲାରେ ଜଏନ ହୋଇଥିବା ନୂତନ ଜିଲ୍ଲାପାଳ ଶ୍ରୀ ଆସୁତୋସ କୁଲକର୍ଣି ଙ୍କୁ ଆଜି ସ୍ବାଗତ ଜଣାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ଙ୍କ ସହ ୟୁନିୟନ ସଭ୍ୟଙ୍କର ସୈଜନ୍ଯ ମୁଳକ ସାକ୍ଷାତରେ ଶ୍ରୀ କୁଲକର୍ଣି କହିଥିଲେ ଜିଲ୍ଲା ପାଇଁ ବହୁତ କିଛି କରିବାର ଅଛି ସେଥିପ୍ରତି ଗଣମାଧ୍ୟମ ଓ ଜିଲ୍ଲାବାସୀ ଙ୍କ ସହଯୋଗ ଏକାନ୍ତ କାମ୍ୟ ଅଟେ। ଜିଲ୍ଲା ର ବିକାଶ ନେଇ ଗଣମାଧ୍ୟମ ର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଏବଂ ଯାହା ସମସ୍ୟା ଥିଲେ ବି ଆପଣମାନେ ମତେ ଅବଗତ କରାଇ ପାରିବେ। ଉପସ୍ଥିତ ପ୍ରେସ ୟୁନିୟନର ସାଧାରଣ ସମ୍ପାଦକ ଜିଲ୍ଲାପାଳ ଙ୍କୁ କହିଥିଲେ ଜିଲ୍ଲା ର ବିକାଶ ଦିଗରେ ପ୍ରେସ ୟୁନିୟନ ଜିଲ୍ଲା ପ୍ରଶାସନ ସହିତ ଅହରହ ଭାବେ ଜଡ଼ିତ ରହିବ ଏବଂ ନୂତନ ଜିଲ୍ଲାପାଳ ଙ୍କ ଜିଲ୍ଲା କୁ ଆସିବା ପରେ ଜିଲ୍ଲା ବାସି ବହୁତ କିଛି ସ୍ଵପ୍ନ ଦେଖିଛନ୍ତି ବୋଲି କହିଥିଲେ। ଏଥିରେ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ, ରାଜେଶ କୁମାର ମହାନ୍ତି,ବି ଭେଙ୍କେଟ ରାବଣା, ମନୋଜ ମିଶ୍ର, ସୁରେଶ ନାୟକ, ଅମୁଲ୍ୟ ନିଶାଙ୍କ ଧରଣିଧର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ

Odisha Darpan Digital