ଭାରତରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀର ପାଲାମ ବିମାନବନ୍ଦରରେ ପୁଟିନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିଥିଲେ। ପୁଟିନଙ୍କୁ ସ୍ୱାଗତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ । ପୁଟିନ ଓହ୍ଲାଇବା ମାତ୍ରେ ତାଙ୍କ ପାଇଁ ରେଡ୍ କାର୍ପେଟ୍ ବିଛା ଯାଇଥିଲା । ମୋଦି ଖୁସି ହୋଇ ପୁଟିନଙ୍କୁ ଆଲିଂଘନ କରିବା ସହିତ ତାଙ୍କୁ ସ୍ୱାଗତ କରିଥିଲେ ଓ ଉପସ୍ଥିତି ସମସ୍ତ ଅଧିକାରୀଙ୍କ ସହିତ ପରିଚିତ କରାଇଥିଲେ ।ରୁଷ-ୟୁକ୍ରେନ ଯୁଦ୍ଧ ପରେ ପୁଟିନଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହା ଏକ ଐତିହାସିକ ଗସ୍ତ ହୋଇଥିବାବେଳେ ସାରା ବିଶ୍ଵର ନଜର ଦୁଇ ଦେଶର ନେତାଙ୍କ ଉପରେ ଅଟକି ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି ଏବଂ ପୁଟିନଙ୍କ ପ୍ରାଇଭେଟ ଡିନରର ଆୟୋଜନ ରହିଛି । ପୁଟିନ ଆସନ୍ତାକାଲି ୨୩ତମ ଭାରତ-ରୁଷ ଦ୍ବିପାକ୍ଷିକ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ ପୁଟିନ ।ପୁଟିନଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ବାକ୍ଷର ହୋଇପାରେ। ଏଥିରେ ଏସ-୪୦୦ କ୍ଷପଣାସ୍ତ୍ର ପ୍ରତିରୋଧ ବ୍ୟବସ୍ଥା କ୍ରୟ ଚୁକ୍ତି ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
