ପ୍ରୋଷ୍ଟେଟ୍ କ୍ୟାନ୍ସରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାଇଡେନ୍ ପୀଡିତ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ-ବାଇଡେନ୍ ଙ୍କୁ କ୍ୟାନ୍ସର ହୋଇଥିବା ସୂଚନା ମିଳିଛି। ତାଙ୍କର ପରିସ୍ରା ପରୀକ୍ଷା କରାଯିବା ପରେ ତାଙ୍କୁ କ୍ୟାନ୍ସର ହୋଇଛି ବୋଲି ଜଣାପଡିଛି। ପ୍ରୋଷ୍ଟେଟ୍ କ୍ୟାନ୍ସରରେ ବାଇଡେନ୍ ପୀଡିତ ଅଛନ୍ତି।ବାଇଡେନଙ୍କ ମୁଖପାତ୍ର କହିଛନ୍ତି ଯେ, ତାଙ୍କ କ୍ୟାନସର ରୋଗ ଗ୍ଲେସନ ସ୍କୋର ୯ ଥିଲା ଅର୍ଥାତ୍‌ ଏହା ଏକ ମାରାତ୍ମକ କ୍ୟାନସର ରୋଗ ଥିଲା। ଏହି କ୍ୟାନସର ବ୍ୟାପି ସାରିଛି, ଯାହାକୁ ଡାକ୍ତରୀ ଭାଷାରେ ମେଟାଷ୍ଟାସିସ୍‌ କୁହାଯାଏ, କିନ୍ତୁ ଏହା ହରମୋନ-ସମ୍ବେଦନଶୀଳ, ଯାହା ପ୍ରଭାବଶାଳୀ ଚିକିତ୍ସା ଆବଶ୍ୟକ କରେ।
ଯଦିଓ ପରିସ୍ଥିତି ଗମ୍ଭୀର, ଚିକିତ୍ସା ବିକଳ୍ପ ଉପଲବ୍ଧ ଅଛି, ଏବଂ ବାଇଡେନଙ୍କ ପରିବାର ବର୍ତ୍ତମାନ ସେଗୁଡ଼ିକୁ ବିଚାର କରୁଛନ୍ତି।। ୮୨ ବର୍ଷୀୟ ବାଇଡେନ୍ ଏବେ ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ଅଛନ୍ତି ।

ଜାନୁଆରିରେ ରାଷ୍ଟ୍ରପତି ପଦ ଛାଡ଼ିବା ପରେ ସେ ସର୍ବସାଧାରଣରେ ଖୁବ୍ କମ୍ ନଜର ଆସିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ବାଇଡେନଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଅଧିକ ପଢନ୍ତୁ

kc ads