ପ୍ଲାଷ୍ଟିକ ବୋତଲ ରେ ଅଧିକାଂଶ ଲୋକେ ପାଣି ପିଅନ୍ତି , ଆପଣ ପ୍ରତ୍ୟକ ଦୋକାନ , ହୋଟେଲ ଓ ରାସ୍ତା କଡ ଦୋକାନ ରେ ପାଣି ବୋତଲ ପାଇପାରିବେ କିନ୍ତୁ ସେ ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ତାହା ଜାଣନ୍ତୁ|। ଏକ ଗବେଷଣା ଅନୁଯାୟୀ, ବୋତଲରେ ପାଣିରେ ଲକ୍ଷ ଲକ୍ଷ ପ୍ଲାଷ୍ଟିକ ଖଣ୍ଡ ଅଛି । ଏସବୁ ଯୋଗୁ ଆମେ ପିଉଥିବା ପାଣି ଆମକୁ ଅସୁସ୍ଥ କରିପାରେ। ଏହି ଗବେଷଣାର ରିପୋର୍ଟ ‘ପ୍ରୋସିଡିଙ୍ଗସ ଅଫ ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସ’ରେ ପ୍ରକାଶିତ ହୋଇଛି।ଗବେଷଣା ଅନୁଯାୟୀ, ହାରାହାରି ଏକ ଲିଟର ପାଣି ବୋତଲରେ ପ୍ରାୟ ୨୪୦,୦୦୦ ପ୍ଲାଷ୍ଟିକ ଖଣ୍ଡ ଥାଏ। ଏହି ଖଣ୍ଡଗୁଡ଼ିକ ପୂର୍ବ ଆକଳନଠାରୁ ୧୦୦ ଗୁଣା ବଡ଼। ପୂର୍ବ ଗବେଷଣାରେ କେବଳ ମାଇକ୍ରୋପ୍ଲାଷ୍ଟିକ, କିମ୍ବା ୧ ରୁ ୫୦୦୦ ମାଇକ୍ରୋମିଟର ମଧ୍ୟରେ ଖଣ୍ଡଗୁଡ଼ିକ ମିଳିଥିଲା। ତିନୋଟି ଜଣାଶୁଣା କମ୍ପାନୀର ବୋତଲ ଜଳ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯଦିଓ ଏହି କମ୍ପାନୀଗୁଡିକର ନାମ ଘୋଷଣା କରାଯାଇ ନାହିଁ ।ନାନା ପ୍ଲାଷ୍ଟିକ ଜଣେ ମହିଳାଙ୍କ ଗର୍ଭରେ ଥିବା ଶିଶୁ ଶରୀରକୁ ମଧ୍ୟ ପ୍ରବେଶ କରିପାରେ ।
ମନୁଷ୍ୟର ଜୀବକୋଷକୁ ମଧ୍ୟ ପ୍ରବେଶ କରିଥାଏ ଏହି ପ୍ଲାଷ୍ଟିକ କଣିକା। । ପୂର୍ବରୁ ପାଣିବୋତଲ ମଧ୍ୟରେ ମାଇକ୍ରୋ ପ୍ଲାଷ୍ଟିକ ଠାବ କରାଯାଇଥିଲା। ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ଅଧିକ କ୍ଷତିକାରକ । ଶରୀର ଉପରେ ଏହାର ଅଧିକ କୁପ୍ରଭାବ ରହିଛି। ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ନାନୋ ପ୍ଲାଷ୍ଟିକ କଣିକାର ପ୍ରଭାବ ପ୍ରାୟ ୧୦ରୁ ୧୦୦ ଗୁଣା ଅଧିକା। ଏହା ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରଭାବିତ କରିଥାଏ । ପୂର୍ବରୁ ପ୍ଲାଷ୍ଟିକ ବୋତଲରେ ଥିବା ପିଇବା ପାଣିରେ ଏହି ସବୁ କଣିକା ରହିଥିବା ନେଇ ସନ୍ଦେହ କରି ଆସୁଥିଲେ ବୈଜ୍ଞାନିକ । ତେବେ ଜ୍ଞାନକୌଶଳ ଅଭାବରୁ ଏହି ସବୁ ନାନୋପ୍ଲାଷ୍ଟିକ କଣିକୁ ଗୁଡିକୁ ଠାବ କରାଯାଇ ପାରିନଥିଲା।