‘ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍’କୁ ବାଏ ବାଏ କଲେ ଅରିଜତ୍

ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟକ ଅରିଜିତ ସିଂ । ନିଜ ନିଆରା କଣ୍ଠସ୍ୱରରେ ସେ କରନ୍ତି ମତୁଆଲା । ସଂଗୀତର ସୁମଧୁର ସ୍ୱରରେ ସେ ଭରିପାରନ୍ତି ରଙ୍ଗୀନ୍ ରୋମାନ୍ସ । ଦୁଃଖର ସ୍ୱରରେ ବିଚ୍ଛେଦର ଜ୍ୱାଳାକୁ ବଢ଼ାଇପାରନ୍ତି । ଆଖିରେ ଆଣନ୍ତି ‘ଲୁହର ଶ୍ରାବଣ’ । ବର୍ଷର ପ୍ରଥମ ମାସରେ ହିଁ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ବଲିଉଡ କଣ୍ଠଶିଳ୍ପୀ ଅରିଜିତ୍‌ ସିଂ । ସେ ବଲିଉଡରେ ପ୍ଲେ-ବ୍ୟାକ୍ ସିଙ୍ଗିଙ୍ଗ୍ ବା ଫିଲ୍ମ ପାଇଁ ଗୀତ ଗାଇବାକୁ ନୂଆ ପ୍ରୋଜେକ୍ଟ ନେବେ ନାହିଁ । ନିଜ ସୋସିଆଲ ମିଡିଆ ସାଇଟ୍‌ରେ ପୋଷ୍ଟ କରି ସେ ଏହି ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ବର୍ତ୍ତମାନ ସମୟରେ ଅନେକ “ବଲିଉଡକୁ ଅଲବିଦା” ବୋଲି କହୁଛନ୍ତି ।ତେବେ ଅରିଜିତ୍‌ କୌଣସି କାରଣ ସ୍ପଷ୍ଟ କରି କହିନାହାନ୍ତି କିନ୍ତୁ ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଭଳି ଲାଗୁଛି । ନୂଆ ଫିଲ୍ମ ଗୀତ ଗାଇବେ ନାହିଁ । କିନ୍ତୁ ପୁରୁଣା ଚୁକ୍ତିକୁ ସମ୍ପୂର୍ଣ୍ଣ କରିବେ । ତେବେ ସଙ୍ଗୀତ ଛାଡ଼ିବେ ନାହିଁ । ଇଣ୍ଡିପେଣ୍ଡେଣ୍ଟ୍ ଆର୍ଟିଷ୍ଟ ଭାବରେ ନିଜର ମ୍ୟୁଜିକ୍ କରିବାକୁ, ଶିଖିବାକୁ ଓ ନିଜର ଶର୍ଟ୍ ଅନୁସାରେ ଆଗକୁ ବଢ଼ିବାକୁ ଚାହୁଛନ୍ତି । ଏହା ଶୁଣି ଅରିଜିତଙ୍କ ପ୍ରଶଂସକ ଓ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଅଧିକ ପଢନ୍ତୁ