ଫାସ୍ ଟ୍ୟାଗକୁ ନେଇ ବଡ଼ ଘୋଷଣା, ୩ ହଜାର ଟଙ୍କାରେ ମିଳିବ ବାର୍ଷିକ ପାସ୍

କେନ୍ଦ୍ର  ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଏକ ଐତିହାସିକ ଘୋଷଣା କରିଛନ୍ତି। ଅଗଷ୍ଟ ୧୫, ୨୦୨୫ ଠାରୁ, ଘରୋଇ ଯାନବାହନ (ଯେପରିକି କାର, ଜିପ, ଭ୍ୟାନ, ଇତ୍ୟାଦି) ପାଇଁ ୩୦୦୦ ମୂଲ୍ୟର ଏକ FASTag-ଆଧାରିତ ବାର୍ଷିକ ପାସ ଜାରି କରାଯିବ। ଏହି ପାସ ସକ୍ରିୟକରଣ ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ହେବ। ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ୩୦୦୦ ଟଙ୍କାରେ ଏକ FASTag ପାସ୍ ତିଆରି କରାଯିବ ଯାହା ଆପଣଙ୍କ ଯାତ୍ରାକୁ ମାଗଣା କରିବ । କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହେବ।ଏହି ପାସ୍ ବିଶେଷ ଭାବରେ କେବଳ ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ କାର, ଜିପ୍, ଭ୍ୟାନ ଇତ୍ୟାଦି ପାଇଁ ଉପଲବ୍ଧ ହେବ । ଏହା ସାରା ଦେଶରେ ଜାତୀୟ ରାଜପଥରେ ଯାନବାହନ ପାଇଁ ଲାଗୁ ହେବ । ଏଥିରେ ବାଣିଜ୍ୟିକ ଯାନ ଅନ୍ତର୍ଭୁକ୍ତ ନୁହେଁ ।ଏହି ବାର୍ଷିକ ପାସ୍ ସମସ୍ତ ଉପଭୋକ୍ତାଙ୍କ ପାଇଁ ସହଜରେ ଉପଲବ୍ଧ କରିବା ପାଇଁ ସରକାର ଦ୍ରୁତ ଗତିରେ କାମ କରୁଛନ୍ତି । ଏହି ପାସ୍ ସକ୍ରିୟ କିମ୍ବା ନବୀକରଣ କରିବା ପାଇଁ, ହାଇୱେ ଟ୍ରାଭେଲ୍ ଆପ୍ ଏବଂ NHAI / MoRTH ୱେବସାଇଟ୍‌ରେ ଏକ ପୃଥକ ଲିଙ୍କ୍ ଖୁବ୍‌ଶୀଘ୍ର ଉପଲବ୍ଧ କରାଯିବ । ଯାହା ମାଧ୍ୟମରେ ଉପଭୋକ୍ତାମାନେ ଏହି ଲିଙ୍କ୍ ପରିଦର୍ଶନ କରିପାରିବେ ଏବଂ ବାର୍ଷିକ ପାସ୍ ଦାଖଲ କରିପାରିବେ ।

କେନ୍ଦ୍ରମନ୍ତ୍ରୀ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଏହି ନୂତନ ନୀତି ୬୦ କିଲୋମିଟର ପରିଧି ମଧ୍ୟରେ ଅବସ୍ଥିତ ଟୋଲ୍ ପ୍ଲାଜା ସମ୍ପର୍କରେ ଦୀର୍ଘକାଳୀନ ସମସ୍ୟାକୁ ସମାଧାନ କରିବ ଏବଂ ଏକ ସୁବିଧାଜନକ କାରବାର ମାଧ୍ୟମରେ ଟୋଲ୍ ପେମେଣ୍ଟକୁ ସୁଗମ କରିବ ।

ଅଧିକ ପଢନ୍ତୁ

kc ads