ମୋଟର ଯାନ ଫିଟନେସ୍ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା (ଏଟିଏସ)।ପ୍ରଥମ ଦିନରେ ୭୩ ଗାଡ଼ି ଯାଞ୍ଚ କରାଯାଇଛି । ରାଜ୍ୟରେ ପ୍ରଥମ ଥର କଟକରେ ଆରମ୍ଭ ହୋଇଥିବା ଏଟିଏସ୍ ବ୍ୟବସ୍ଥାରେ ଗତକାଲି ଠାରୁ ତ୍ରୁଟିଶୂନ୍ୟ ପରୀକ୍ଷା କରାଯାଇଛି । ଚାରି ଚକିଆରୁ ଦଶ ଚକିଆ ଗାଡ଼ି ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।
ପ୍ରଥମ ଦିନରେ ପରିବହନ କମିଶନର ଅମିତାଭ ଠାକୁର ନରାଜ ସ୍ଥିତ ଏହି କେନ୍ଦ୍ର ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୁବ ଶୀଘ୍ର ରାଜ୍ୟରେ ଆହୁରି ୨୧ ଏଟିଏସ ସ୍ଥାପନା ହେବ। ରାସ୍ତାରେ ଗାଡ଼ି ଚାଲିବା ପାଇଁ ଗାଡ଼ିର ସ୍ଥିତି କିଭଳି ଥିବା ଦରକାର ସେଥିପାଇଁ ମୋଟର ଯାନ ନିୟମାବଳୀ ରହିଛି।ତେବେ ପୂର୍ବରୁ ଫିଟନେସ୍ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନବୀକରଣ ମନୁଷ୍ୟ ମୂଲ୍ୟାୟନ ଆଧାରରେ ହେଉଥିଲା। ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଫିଟନେସ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।