ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲ ପରିସରରେ ପଡ଼ିଥିବା ଖାଦ୍ୟ ଷ୍ଟଲ ଉପରେ ବିଏମସି ପକ୍ଷରୁ ଆଜି ଚଢାଉ କରାଯାଇଛି। ବିଭିନ୍ନ ଫାଷ୍ଟଫୁଡ ଦୋକାନରେ ଫୁଡ ସେଫ୍ଟି କମିଶନଙ୍କ ଯାଞ୍ଚ ଚାଲିଛି। ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା ପୂଜା ବଜାରରେ ଚଢ଼ାଉ ହୋଇଛି। ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ବିକ୍ରି ଅଭିଯୋଗରେ ରେଡ ଚାଲିଛି। ବିପୁଳ ପରିମାଣର ବାସି ଓ ରଙ୍ଗ ମିଶା ଖାଦ୍ୟ ଟିମ୍ ନଷ୍ଟ କରିଛି।ଜଣେ ବିଏମସି ଅଧିକାରୀ କହିଛନ୍ତି, ପ୍ରଶାସନର ନିର୍ଦ୍ଦେଶ କ୍ରମେ ଯାଞ୍ଚ କରାଯାଇଛି। ଲୋକେ ପୂଜା ବୁଲି କିପରି ଭଲ ଖାଦ୍ୟ ଖାଇବେ ଏହା ବିଏମସି ଉଦ୍ଦେଶ୍ୟ ରହିଛି। ଆଜି ବିଭିନ୍ନ ଖାଦ୍ୟ ଷ୍ଟଲରେ ଚଢ଼ାଉ କରାଯାଇ ବାସି, ଅପମିଶ୍ରିତ ରଙ୍ଗ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟକୁ ନଷ୍ଟ କରି ଦିଆଯାଇଛି। ଯଦି ସେମାନେ ପୁଣି ଏପରି ଖାଦ୍ୟ ଲୋକମାନଙ୍କୁ ଦେବେ ତାଙ୍କ ବିରୋଧରେ ଆକ୍ସନ ନିଆଯିବ ଏଥିସହ ଜୋରିମାନା କରାଯିବ।