ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକଙ୍କ ଗାଡିରେ ଲାଗିଲା ନିଆଁ

ସିସିଟିଭି ନାହିଁ। ସର୍କିଟ୍‌ ହାଉସ୍‌ରେ ଢିଲା ସୁରକ୍ଷା ବ୍ୟବସ୍ଥା। ରାତିରେ ବିଧାୟକ ଥିଲେ। ଜାଳିଦେଲେ ଦୁଇ ଗାଡ଼ି! ହେଲେ କାରଣ ଜଣାପଡ଼ୁ ନାହିଁ। ଏନେଇ ଅଭିଯୋଗ ହେବା ପରେ ନିଆଁ ଲାଗିବାର କାରଣ ଖୋଜୁଛି ଫୁଲବାଣୀ ପୁଲିସ୍‌।ସୂଚନା ଅନୁସାରେ, ଗତକାଲି ଫୁଲବାଣୀ ସର୍କିଟ ହାଉସରେ ବିଧାୟକ ବିଶ୍ରାମ ନେଉଥିବାବେଳେ ବାହାରେ ଗାଡି ରଖାଯାଇଥିଲା । ପାଖରେ ଥିବା ସ୍କୁଟିରେ ପ୍ରଥମେ ନିଆଁ ଲାଗି କାରକୁ ବ୍ୟାପିଥିଲା ବୋଲି ଅନୁମାନ କରାଯାଉଛି । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ ।

ଅଧିକ ପଢନ୍ତୁ

Odisha Darpan Digital