ଫେବୃଆରୀ ୧୭ରେ ଫାଷ୍ଟ୍ୟାଗ୍ ବାଲାନ୍ସ ଭ୍ୟାଲିଡେସନ୍ ନିୟମ ଲାଗୁ ହେବା

ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୨୮ ଜାନୁଆରୀ ୨୦୨୫ ରେ ନୂଆ ନିୟମ ଜାରି କରିଛି । ଏହି ନୂଆ ନିୟମ ଅନୁଯାୟୀ ଫେବୃଆରୀ ୧୭, ୨୦୨୫ରୁ ଯଦି ଆପଣ ନିଜ ଗାଡ଼ିକୁ ନେଇ ଟୋଲ୍ ପ୍ଲାଜାରେ ପହଞ୍ଚିବେ ଏବଂ ଟ୍ୟାଗ୍ ରିଡ୍ କରିବା ପରେ ୬୦ ମିନିଟରୁ ଅଧିକ ସମୟ ଲାଗେ ତେବେ ପେମେଣ୍ଟ ହେବ ନାହିଁ । କେବଳ ଏତିକି ନୁହେଁ ଯଦି ଟ୍ୟାଗ୍ ରିଡ୍ କରିବାର ଅତିକମରେ ୧୦ ମିନିଟ୍ ପୂର୍ବରୁ ବ୍ଲାକଲିଷ୍ଟ ହୋଇଯାଏ, ତେବେ ମଧ୍ୟ ପେମେଣ୍ଟ ହେବ ନାହିଁ । ହେଲେ ନୂଆ ନିୟମ ଅନୁଯାୟୀ, ୟୁଜର୍ସମାନଙ୍କୁ ନିଜର ଫାସ୍‌ଟ୍ୟାଗ ସିଷ୍ଟମରେ ସୁଧାର ପାଇଁ ୭୦ ମିନିଟର ସମୟ ମିଳିବ ।ଏହା ବ୍ୟତୀତ ଯଦି ଆପଣଙ୍କର ଫାସ୍‌ଟ୍ୟାଗ ବ୍ଲାକଲିଷ୍ଟ ହୋଇଛି । କିନ୍ତୁ ଯଦି ଆପଣ ଟ୍ୟାଗକୁ ରିଡ୍ କରିବାର ୬୦ ମିନିଟ୍ ମଧ୍ୟରେ କିମ୍ବା ରିଡ୍ କରିବାର ୧୦ ମିନିଟ୍ ମଧ୍ୟରେ ରିଚାର୍ଜ କରନ୍ତି, ତେବେ ଆପଣଙ୍କୁ ଏହାର ବେନିଫିଟ୍ ମିଳିବ । ଏହି ସମୟ ମଧ୍ୟରେ ଆପଣଙ୍କର ପେମେଣ୍ଟ ହିସାବ ହୋଇଯିବ ଏବଂ ଆପଣଙ୍କଠାରୁ ସାଧାରଣ ଚାର୍ଜ ଆଦାୟ କରାଯିବ ।ଯଦି ଆପଣଙ୍କର ଫାସ୍‌ଟ୍ୟାଗ ବ୍ଲାକଲିଷ୍ଟରେ ରହିଛି । ଏହି ସମୟରେ ଆପଣ ଟୋଲ କ୍ରସ୍ କରିଯାଇଛନ୍ତି, ତେବେ ଆପଣଙ୍କୁ ଡବଲ୍ ଚାର୍ଜ ଦେବାକୁ ପଡିବ । ଏଥି ସହ ଯଦି ଆପଣ ଟ୍ୟାଗ୍ ରିଡ଼ କରିବାର ୧୦ ମିନିଟ୍ ମଧ୍ୟରେ ରିଚାର୍ଜ କରନ୍ତି, ତେବେ ଆପଣ ପେନାଲ୍ଟି ରିଫଣ୍ଡ ପାଇଁ ଅନୁରୋଧ କରିପାରିବେ । ଏହା ଆପଣଙ୍କ ଟଙ୍କା ସେଭିଙ୍ଗ କରିପାରିବ ଏବଂ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ ।ଆପଣଙ୍କର ଫାସ୍‌ଟ୍ୟାଗରେ ବାଲାନ୍ସ ନାହିଁ, ତେବେ ଆପଣଙ୍କୁ ୧ ଘଣ୍ଟା ପୂର୍ବରୁ ରିଚାର୍ଜ କରିବାକୁ ପଡିବ ।

ବର୍ତ୍ତମାନ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ ଯେ ବ୍ଲାକଲିଷ୍ଟ ଫାସ୍‌ଟ୍ୟାଗକୁ କିପରି ଚେକ୍ କରିପାରିବେ । ଏଥିପାଇଁ ଆପଣ ପରିବହନ ବିଭାଗର ଅଫିସିଆଲ ୱେବସାଇଟ୍ କୁ ଯାଇପାରିବେ । ଏଠାରେ “Check E-Challan Status” କିମ୍ବା ଅନ୍ୟ କୌଣସି ସମାନ ଅପ୍ସନକୁ ସିଲେକ୍ଟ କରନ୍ତୁ । ଏହା ପରେ ଏଠାରେ ଆପଣଙ୍କର ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ଏଣ୍ଟର କରନ୍ତୁ । ଶେଷରେ ଆପଣ ଜାଣିପାରିବେ ଯେ ଆପଣଙ୍କ ଗାଡ଼ି ବ୍ଲାକଲିଷ୍ଟ ହୋଇଛି କି ନାହିଁ ।

ଅଧିକ ପଢନ୍ତୁ