ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ ବଜେଟ ଅଧିବେଶନ ।

ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଏହାପୂର୍ବରୁ ୧୨ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ଉଭୟ ସରକାରୀ ଓ ବିରୋଧୀ ଦଳ ବିଧାୟକ ଯୋଗ ଦେଇ ଆଗତ ହେବାକୁ ଥିବା ବଜେଟ୍‌କୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ତେବେ ଏଥିର ବଜେଟ୍‌ରେ କାହା ପାଇଁ କଣ ରହିବ ତାହାରି ଉପରେ ରହିଛି ସଭିଙ୍କ ନଜର । କାରଣ କେନ୍ଦ୍ରରେ ଫେବୃଆରୀ ୧ ତାରିଖରେ ସଂସଦରେ ବଜେଟ୍‌ ଉପସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଗତ ହୋଇଛି ବଜେଟ।

ଫୋକସରେ ମଧ୍ୟବିତ୍ତ, ମହିଳା ଓ ଯୁବବର୍ଗ। ସବୁ ବର୍ଗକୁ ଖୁସି କରିବା ସହ ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣରେ ରଖିବା ପାଇଁ, ଚଳିତ ବଜେଟରେ ଅନେକ ସାମଗ୍ରୀ ଉପରୁ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଯାହାଫଳରେ ବିଦ୍ୟୁତ ଚାଳିତ ଗାଡ଼ି, ଟିଭି ଭଳି ସାମଗ୍ରୀ ଶସ୍ତା ହେବ।ଚଳିତ ବଜେଟରେ କେନ୍ଦ୍ର ସରକାର କେତେକ ମେଡ଼ିସିନରେ ରିହାତି ଘୋଷଣା କରିଛନ୍ତି। କର୍କଟ ସମେତ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ୩୬ ପ୍ରକାର ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ କରିଛନ୍ତି। ଫଳରେ ଏହି ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବାକୁ ଯାଉଛି, ଯାହାଦ୍ବାରା ଉପକୃତ ହେବାକୁ ଯାଉଛନ୍ତି ଦେଶର କୋଟି କୋଟି କ୍ୟାନ୍ସର ରୋଗୀ ।

ଅଧିକ ପଢନ୍ତୁ