ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫେବୃଆରୀ ମାସର ବ୍ୟାଙ୍କ ଛୁଟିର ସମ୍ପୂର୍ଣ୍ଣ ତାଲିକା ଘୋଷଣା କରିଛି। ଏଥିରେ ସାପ୍ତାହିକ ଛୁଟି, ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରାଜ୍ୟ ପର୍ବପର୍ବାଣୀ ପାଇଁ ଛୁଟି ଅନ୍ତର୍ଭୁକ୍ତ। ଫେବୃଆରୀ ୨୦୨୬ର ବ୍ୟାଙ୍କ ଛୁଟିର ତାଲିକା
ଫେବୃଆରୀ ୧ (ରବିବାର) – ସାପ୍ତାହିକ ଛୁଟି
ଫେବୃଆରୀ ୧୪ (ଶନିବାର) – ଦ୍ୱିତୀୟ ଶନିବାର
ଫେବୃଆରୀ ୧୫ (ରବିବାର) – ସାପ୍ତାହିକ ଛୁଟି
ଫେବୃଆରୀ ୨୨ (ରବିବାର) – ସାପ୍ତାହିକ ଛୁଟି
ଫେବୃଆରୀ ୨୮ (ଶନିବାର) – ଚତୁର୍ଥ ଶନିବାର
ଏହି ତାରିଖଗୁଡ଼ିକରେ ସାରା ଭାରତରେ ସମସ୍ତ ସରକାରୀ ଏବଂ ଘରୋଇ କ୍ଷେତ୍ରର ବ୍ୟାଙ୍କ ଶାଖା ବନ୍ଦ ରହିବ।
ରାଜ୍ୟ ଅନୁଯାୟୀ ବ୍ୟାଙ୍କ ଛୁଟି ତାଲିକା
ଫେବୃଆରୀ ୧୫ – ମହାଶିବରାତ୍ରି ଅବସରରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଯେହେତୁ ୨୦୨୬ ମସିହାରେ ମହାଶିବରାତ୍ରି ରବିବାର ଦିନ ପଡୁଛି, ତେଣୁ ସାପ୍ତାହିକ ଛୁଟି ଯୋଗୁଁ ଏହି ଦିନ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ।
୧୮ ଫେବୃଆରୀ – ତିବ୍ଦତୀୟ ନବବର୍ଷ ପାଳନ ଯୋଗୁଁ ସିକିମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
ଫେବୃଆରୀ ୧୯ – ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ଅବସରରେ ମହାରାଷ୍ଟ୍ରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
ଫେବୃଆରୀ 20 – ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
