ରାଜ୍ୟର ତୋଡ ଦେଖାଇଲାଣି ତାତି । ୧୦ ସହରରେ ତାତି ୩୫ ଡିଗ୍ରୀ ସେଲସିୟସ୍ ଟପିଛି । ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ଵାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ସେଲସିୟସ ଅଧିକ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିଛି ତାପମାତ୍ରା । ଏଥିପାଇଁ ଗରମ ଏବଂ ତାତି ଅନୁଭବ ହେଉଛି । ଆଗାମୀ ୪ ରୁ ୫ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପାଗ ଶୁଖିଲା ରହିବ। ୩ ଦିନ ଯାଏଁ ଘନ କୁହୁଡି ରହିବ । ୭ ତାରିଖରେ କଟକ, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଗଞ୍ଜାମରେ ଘନ କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରାଯାଇଛି । ବୁଧବାର ମାଲକାନଗିରି ଓ ବଲାଙ୍ଗିରରେ ତାତି ସବୁଠୁ ଅଧିକ ୩୬ ଡିଗ୍ରୀ ରେକର୍ଡ ହୋଇଛି ।