କେନ୍ଦୁଝର ଜିଲାର ୪ ଜଣ ବୋଲବମ୍ ଭକ୍ତ ଉତ୍ତରାଖଣ୍ଡର କେଦାରନାଥରେ ୩ ଦିନ ହେଲାଣି ଫସି ରହିଥିବା ସୂଚନା ମିଳିଛି। ତେଲକୋଇ ଥାନା ଅଞ୍ଚଳର ୩ ଜଣ ଓ ସଦର ଥାନା ଅଞ୍ଚଳର ଜଣେ ଭକ୍ତ ରହିଛନ୍ତି। । ୨୭ ତାରିଖ ଦିନ ଟ୍ରେନ ଯୋଗେ କେଦାରନାଥ ଅଭିମୁଖେ ଯାଇଥିଲେ । ୩୦ ତାରିଖ ଦିନ ପହଞ୍ଚି ଜଳାଭିଷେକ କରିସାରିବା ପରେ ୩୧ ତାରିଖ ଦିନ ଫେରିବା ସମୟରେ ରାସ୍ତାରେ ତାଙ୍କୁ ସୁରକ୍ଷାକର୍ମୀ ଅଟକାଇଥିଲେ ।
କାରଣ ସେଠାରେ ବାଦଲଫଟା ବର୍ଷା ଯୋଗୁଁ ଭୁସ୍ଖଳନ ହୋଇ ଏକାଧିକ ପୋଲ ଭାସିଯିବା ସହ ରାସ୍ତା ଉପରେ ମାଟି ପଥର ଅତଡା ଖସି ରାସ୍ତା ଅବରୋଧ ହୋଇଯାଇଥିଲା । ଫଳରେ ସେମାନେ ସେଠାରେ ୪ ଦିନ ହେବ ଫସି ରହିଥିଲେ । ଭୂସ୍ଖଳନ ପରେ ରାସ୍ତା ବନ୍ଦ ଥିବା ଯୋଗୁଁ ଶତାଧିକ ଲୋକ ଆଉ ପାହାଡ ତଳକୁ ଓହ୍ଲାଇ ପାରିନଥିଲେ। ଘଟଣା ଜଣାପଡିବା ପରେ ଉତ୍ତରାଖଣ୍ଡ ପ୍ରଶାସନ ପକ୍ଷରୁ ରେସକ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା। ଉତ୍ତରାକାଶୀ ଯାଏଁ ହେଲିକପ୍ଟର ଯୋଗେ ଅଣାଯିବା ପରେ ସେଠାରୁ ତାଙ୍କୁ ସୁରକ୍ଷିତ ଭାବେ ରୁଷିକେଶ ଅଣାଯାଇଛି। ୪ ଓଡିଆ ସୁରକ୍ଷିତ ଖବର ଆସିବା ପରେ ସେମାନଙ୍କ ପରିବାର ଲୋକ ଏବେ ଆଶ୍ଵସ୍ତି ଅନୁଭବ କରୁଛନ୍ତି।