ଫ୍ଲାଇ ଓଭର ବ୍ରିଜ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଯାତାୟାତ ନିଷେଧ

ରାୟଗଡ଼ ତା ୦୯/୦୧ (ନିପ୍ର) ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ଫ୍ଲାଇ ଓଭର ବ୍ରିଜ ଉପରେ ବନ୍ଦ ରହିବ ଯାନବାହାନ ଚଳାଚଳ। ରାୟଗଡ଼ା ଜନସାଧାରଣଙ୍କ ପାଇଁ ଜିଲ୍ଲା ପ୍ରଶାସନ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି । ଯାହାକି ଜାତୀୟ ରାଜପଥ–୩୨୬ ଅନ୍ତର୍ଗତ ରାୟଗଡ଼ା ସହରସ୍ଥ ରେଳ ଫ୍ଲାଈ ଓଭର ବ୍ରିଜ ଠାରେ ଆବଶ୍ୟକୀୟ ପୁନରୁଦ୍ଧାର ନିର୍ମାଣ କାର୍ଯ୍ୟ କରାଯିବା ନିମନ୍ତେ ଜାନୁଆରୀ ୧୦ ତାରିଖ ଠାରୁ ଆରମ୍ଭ ହୋଇ କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ଏହି ସେତୁ ଉପରେ ଯାତାୟାତ ବନ୍ଦ ରଖାଯିବ । ଉକ୍ତ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ସାଧାରଣ ଯାନବାହନ ଚଳାଚଳ ପାଇଁ ନିମ୍ନଲିଖିତ ଦୁଇଟି ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି । ପ୍ରଥମ ବିକଳ୍ପ ରାସ୍ତା ଟି ପିଡବ୍ଲ୍ୟୁଡି ରୋଡ – ସିରିଗୁଡ଼ାଛକରୁ ରୋହିତ କଲୋନୀ ଦେଇ ସାଇ ଇଣ୍ଟରନ୍ୟାସିନାଲ୍ ଛକ ଏବଂ ତାହାର ବିପରୀତ ଦିଗରେ ଭାରୀଯାନ ଚଳାଚଳ କରିବେ ବିକଳ୍ପ ୨ୟ ବିକଳ୍ପ ରାସ୍ତାଟି ଯାହାକି କେବଳ ଦୁଇଚକିଆ ଓ ହାଲୁକା ଯାନବାହନ ପାଇଁ ରାୟଗଡ଼ା ମୁନିସିପାଲିଟି ରୋଡ ମାର୍ଗର କପିଳାଶ ଛକରୁ ରେଲ ୱେ ଅଣ୍ଡରପାସ୍ ତଥା ତହସିଲ୍ ଛକ ଦେଇ ଯିବାଆସିବା କରିବେ l ଉକ୍ତ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ଯାହା ଦ୍ୱାରା କାମଟି ସୁରକ୍ଷିତ ଏବଂ ସୁଚାରୁ ଭାବେ ସମ୍ପାଦନ କରାଯାଇପାରିବ। ଜରୁରୀକାଳୀନ ଆମ୍ବୁଲାନ୍ସ ଭଳି ସେବା ପାଇଁ ଆବଶ୍ୟକ ମାତ୍ରାରେ ସ୍ଵତନ୍ତ୍ର ବ୍ୟବସ୍ଥା ରହିବ। ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାର ଦୃଷ୍ଟିରୁ ପ୍ରଶାସନକୁ ସହଯୋଗ କରିବା ସହ ଯାତାୟାତ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି । ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣି ଏହି ନିର୍ମାଣ କାର୍ଯ୍ୟ ପ୍ରାୟ 2ମାସ ଧରି ଚାଲିବ ବୋଲି କହିବା ସହ ଜନସାଧାରଣ ଏହାକୁ ସହଯୋଗ କରିବା ନେଇ ନିବେଦନ କରିଛନ୍ତି।

ଅଧିକ ପଢନ୍ତୁ