ଫ୍ଲୋର୍ ଟେଷ୍ଟରେ ପାସ୍ ‘ଚମ୍ପାଇ ସରକାର’

ଝାଡଖଣ୍ଡ ବିଧାନସଭାରେ ବହୁମତର ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଚମ୍ପାଇଙ୍କ ସମର୍ଥନରେ ୪୭ ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷ ଦଳରେ ମାତ୍ର ୨୯ଖଣ୍ଡ ଭୋଟ ପଡିଛି । ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ବ୍ୟତୀତ ସହଯୋଗୀ ଦଳର ବିଧାୟକମାନେ ମଧ୍ୟ ଫ୍ଲୋର ଟେଷ୍ଟ ପାଇଁ ଗୃହରେ ଉପସ୍ଥିତ ଥିଲେ। ଏହାପୂର୍ବରୁ ରବିବାର ବିଳମ୍ବିତ ରାତିରେ ପ୍ରାୟ ୪୦ ଜଣ ବିଧାୟକ ଜେଏମଏମ ଏବଂ କଂଗ୍ରେସ ହାଇଦ୍ରାବାଦରୁ ରାଞ୍ଚି ଫେରିଥିଲେ। ବହୁମତ ସାବ୍ୟସ୍ତ କରିବା ପାଇଁ ବିଧାନସଭାରେ ଦୁଇ ଦିନିଆ ଅଧିବେଶ ଡାକିଥିଲେ ରାଜ୍ୟପାଳ ।

ମହାମହିମ ସି.ପି. ରାଧାକ୍ରୀଷ୍ଣନଙ୍କୁ ଅଭିଭାଷଣ ପରେ ବିଧାନସଭାରେ ଅସ୍ଥା ଭୋଟ୍ ହୋଇଥିଲେ । ଏଥିରେ ବିଜୟ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ଜାନୁଆରୀ ୩୧ ଦେଶ ପାଇଁ କଳା ଅଧ୍ୟାୟ । ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ହେମନ୍ତ ଅଛନ୍ତି ମାନେ ସାହାସ ରହିଛି ବୋଲଇ ଚମ୍ପାଇ ସୋରେନ କହିଛନ୍ତି । ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ ହେଲେ ହେମନ୍ତ ସୋରେନ

ଅଧିକ ପଢନ୍ତୁ