ବକ୍ସିଂରୁ ଅବସର ନେଲେ ମେରି କମ୍,କଣ ଏହା ସତ୍ୟ ?

ଭାରତରର ଷ୍ଟାର ବକ୍ସର ମେରି କମ୍ ଏବେ ସନ୍ୟାସ ନେଇଛନ୍ତି । ମେରି କୋମଙ୍କ ଏହି ଘୋଷଣା ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛି। ତାଙ୍କର ସନ୍ୟାସର କାରଣ ହେଉଛି ବୟସ । ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଆଇବିଏ) ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ କେବଳ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଲଢ଼ିବାକୁ ଅନୁମତି ଦେଇଥାଏ। ମେରିଙ୍କୁ ବର୍ତମାନ ୪୧ ବର୍ଷ ହୋଇଥିବାରୁ ସେ ଆଉ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ, ଯେଉଁଥିପାଇଁ ସେ ଅବସର ଘୋଷଣା କରିଛନ୍ତି। କିନ୍ତୁ ଏହି ଖବର ର କିଛି ଘଣ୍ଟା ପରେ, ମେରି କମ ଅବସର ନେଇଥିବା ଖବରକୁ ଭୁଲ ବୋଲି ଘୋଷଣା କରିଛନ୍ତି।

ବକ୍ସିଂ ଚାମ୍ପିଅନ୍ ମେରି କମ୍ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ମୋର ଅବସର ଘୋଷଣା କରି ନାହିଁ। ମୋର କଥାକୁ ଭୁଲ ଢଙ୍ଗରେ ବ୍ୟାଖ୍ୟା କରାଯାଇଛି। ସେ କହିଛନ୍ତି ଯେ ଯେତେବେଳେ ବି ମୁଁ ଏହା ଘୋଷଣା କରିବାକୁ ଚାହେଁ, ମୁଁ ବ୍ୟକ୍ତିଗତ ଭାବରେ ଗଣମାଧ୍ୟମ ସମ୍ମୁଖରେ ଆସିବି। ମୁଁ କିଛି ମିଡିଆ ରିପୋର୍ଟ ଦେଖିଛି ଯେଉଁଥିରେ କୁହାଯାଇଛି ଯେ ମୁଁ ମୋର ଅବସର ଘୋଷଣା କରିଛି। କିନ୍ତୁ ଏହି ଘଟଣାରେ କୌଣସି ସତ୍ୟତା ନାହିଁ।

ଅଧିକ ପଢନ୍ତୁ