ବଙ୍ଗାଳୀ ଶ୍ରମିକଙ୍କୁ ପିଟିପିଟି ହତ୍ୟା : ବନ୍ଧା ହେଲେ ୬ ଅଭିଯୁକ୍ତ

ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ସମ୍ବଲପୁର ସହରରେ ବାଲାଂଦେଶୀ ସନ୍ଦେହରେ ଜଣେ ବଙ୍ଗାଳୀ ଶ୍ରମିକଙ୍କୁ ୪ ଜଣ ବ୍ୟକ୍ତି ପିଟିପିଟି ହତ୍ୟା କରିଥିବା ଭଳି ଗୁରୁତର ଅଭିଯୋଗ ଆସିଛି। । ସୂଚନା ଅନୁଯାୟୀ ଦାନିପାଲି ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାଘରେ କିଛି ବଙ୍ଗାଳୀ ଶ୍ରମିକ କାମ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ଉକ୍ତ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ନିକଟସ୍ଥ ଏକ ସ୍ଥାନକୁ ପାନ ମସଲା ଓ ବିଡି ପାଇଁ ଯାଇଥିଲେ। ସେହି ସମୟରେ ପ୍ରାୟ ୪ ଜଣ ଯୁବକ ସେମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏବଂ ବିଡି ମାଗି ପିଇଥିଲେ।

ବିଡ଼ି ପିଇବା ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଉକ୍ତ ୪ ଯୁବକ ଶ୍ରମିକମାନଙ୍କୁ ଆଧାର କାର୍ଡ ଦେଖାଇବାକୁ କହିବାରୁ ଯୁକ୍ତିତର୍କ ହୋଇଥିଲା। ସେଥିରୁ ସେମାନେ ଶ୍ରମିକମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ପ୍ରବଳ ମାଡ଼ ଯୋଗୁଁଁ ଶେଖ ଜୁଏଲଙ୍କର ମୃତ୍ୟୁ ହୋଇଯାଇଥିଲା। ଅକୁର ରହମାନ ଓ ସୋନୱାର ହୁସେନ ନାମକ ଅନ୍ୟ ଦୁଇ ଜଣ ଆହତ ହୋଥିଲେ

ଅଧିକ ପଢନ୍ତୁ