ବଙ୍ଗୋପସାଗରରେ ସୃଷ୍ଟି ହେବ କି ସାଇକ୍ଲୋନ ?

ଅକ୍ଟୋବର ମାସ ଆସିଲେ, ସାଧାରଣ ମନରେ ବାତ୍ୟା ଭୟ ସଂଚାର ହୁଏ। ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ମାତ୍ରେ ବାତ୍ୟା ଆଶଙ୍କା ସମସ୍ତଙ୍କୁ ବିଚଳିତ କରେ। ଏବେ ମଧ୍ୟ ସେମିତି କିଛି ଖବରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା। ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରସ୍ଥ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ଓ ୨୪ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ପୂର୍ବାନୁମାନ କରିଛି ।

ଆସନ୍ତା ସପ୍ତାହ ଶେଷ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ବାତ୍ୟାର ଆଶଙ୍କା ରହିଛି । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିପାରେ । ସେହିପରି ୱିଣ୍ଡିର ଉଭୟ ECMWF ଓ GFS ମଡେଲ ଅନୁସାରେ ଆସନ୍ତା ୨୨ରୁ ୨୭ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସାଇକ୍ଲୋନ ସମ୍ଭାବନା ରହିଛି ।ତେବେ କେତେକ ପାଣିପାଗ ମଡେଲ ସୂଚନା ଅନୁଯାୟୀ, ଗଭୀର ଅବପାତ ଆସନ୍ତା ୨୪ ତାରିଖରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଝଡ଼ ଓଡ଼ିଶାମୁହଁା ହେବ। ଆସନ୍ତା ୨୪ ତାରିଖ ବେଳକୁ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ସମୁଦ୍ରରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୬୦ରୁ ୧୮୦ କି.ମି. ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି।

ଅଧିକ ପଢନ୍ତୁ