ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ।ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ ।ଏଥିପାଇଁ ରାଜ୍ୟର ୨୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ରାୟଗଡା ଓ ଗଜପତି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉଭୟ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ ବିଜୁଳି ଓ ଘଡ଼ଘଡି ନେଇ ସର୍ତକତା ଜାରି କରିଛି ପାଣିପାଗ ବିଭାଗ । ଅଗଷ୍ଟ ୨୭ ତାରିଖରେ, ନୟାଗଡ଼ ଏବଂ କନ୍ଧମାଳ ଏକ କମଳା ସତର୍କତା ଅଧୀନରେ ଅଛି, ଖୋର୍ଦ୍ଧା, ପୁରୀ, ସମ୍ବଲପୁର ,କଟକ, ବୌଦ୍ଧ, କୋରାପୁଟ ଏବଂ ମାଲକାନଗିରି ପାଇଁ ଏକ ହଳଦିଆ ସତର୍କତା ଅଧୀନରେ ଅଛି। ରାଜ୍ୟର ଅନ୍ୟ ସ୍ଥାନରେ ଝଡ଼ତୋଫାନ ଏବଂ ବର୍ଷା ସତର୍କତା ଜାରି ରହିଛି।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଅଗଷ୍ଟ ୨୮ ଏବଂ ୨୯ ତାରିଖରେ ସାରା ଓଡ଼ିଶାରେ ଘଡ଼ଘଡ଼ି ସହିତ ଲଗାତାର ବର୍ଷା ହେବ, ଯାହାର ପ୍ରଭାବ ଉତ୍ତର ଓଡ଼ିଶାରେ ତୁଳନାତ୍ମକ ଭାବରେ କମ୍ ରହିବ।

ଅଧିକ ପଢନ୍ତୁ