ବଙ୍ଗୋପ ସାଗରରେ ଆସୁଛି ଆଉ ଏକ ବାତ୍ୟା । ନଭେମ୍ବର ମାସ ଶେଷ ଆଡ଼କୁ ସୃଷ୍ଟି ହେବାକୁ ଯାଉଛି ବାତ୍ୟା । ଆସନ୍ତା ସପ୍ତାହରେ ବାତ୍ୟା ସୃଷ୍ଟି ସମ୍ଭାବନା ରହିଛି । ଏହା ତାମିଲନାଡୁ କିମ୍ବା ଆନ୍ଧ୍ରକୁ ହିଟ୍ କରିପାରେ। ଭାରତୀୟ ପାଣିପାଗ ସଂସ୍ଥା IMD ବାତ୍ୟା ପୂର୍ବାନୁମାନ କରି ନଥିଲେ ମଧ୍ୟ, ୨୨ରେ ଲଘୁଚାପ ଓ ୨୪ରେ ଅବପାତ ହେବା ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି। ଲଘୁଚାପ ପାଇଁ ଥଣ୍ଡାର ପ୍ରକୋପ ମଧ୍ୟ କମିବ। ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ୨୬ ତାରିଖରୁ ପୁଣି ପାରଦ ଖସିବ ଏବଂ ଶୀତ ବଢ଼ିବ । ତେବେ ଲଘୁଚାପର ଅଧିକ ପ୍ରଭାବ ଆନ୍ଧ୍ର ଉପରେ ପଡ଼ିପାରେ।
