ବିଜେଡିକୁ ଭାଙ୍ଗିବା ପାଇଁ ପ୍ରଭାତ ବିଶ୍ୱାଳଙ୍କୁ ଟେଣ୍ଡର ଦେଇଛି ବିଜେପି: ଲେଖାଶ୍ରୀ

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜୁ ଜନତା ଦଳର ନୀତି ଓ ନୈତିକତାକୁ ନେଇ ଟିପ୍ପଣୀ ଦେବା ଜଣେ ପାଗଳର ବାଚଳାମୀ । ରାଜ୍ୟସଭା ନିର୍ବାଚନରେ ପୁଅ ସୌଭିକ ବିଶ୍ୱାଳଙ୍କୁ ଘୋଡ଼ା ବେପାରରେ ସାମିଲ କରାଇ କୋଟି କୋଟି ଟଙ୍କା ହାତେଇ ବିଜେଡି ସୁପି୍ରମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ଯେଉଁ ବିଶ୍ୱାସ ଘାତକତା କରିଛନ୍ତି, ତାଙ୍କୁ କଟକବାସୀ କେବେ କ୍ଷମା ଦେବେ ନାହିଁ ବୋଲି କହି ବର୍ଷିଛି ବିଜୁ ଜନତା ଦଳ ।ବିଜେଡିକୁ ଅସ୍ଥିର କରିବା ପାଇଁ ତଥା ବିଜେଡିକୁ ଦୁର୍ବଳ କରିବା ପାଇଁ ପ୍ରଭାତ ବିଶ୍ୱାଳଙ୍କୁ ଟେଣ୍ଡର ଦେଇଛି ବିଜେପି । ଏହାସହ ରବି ଜେନା ଏବଂ ସୌଭିକ ବିଶ୍ୱାଳ ପ୍ରମୁଖଙ୍କୁ ମଧ୍ୟ ଏଥିପାଇଁ ଟେଣ୍ଡର ଦିଆଯାଇଛି । ବିଜୟ ମହାପାତ୍ର ଏହାକୁ ମଧ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ବିଜେଡିକୁ ଭାଙ୍ଗିବା ପାଇଁ ୩ ମାସ ତଳୁ ଯୋଜନା ହେଉଥିଲା । ପ୍ରଭାତ ବିଶ୍ୱାଳ ଓ ପ୍ରଭାତ ତ୍ରିପାଠୀ ଦୁଇଜଣ ଏଥିରେ ସମ୍ପୃକ୍ତ ଥିଲେ। ବିଜେଡି କାହାର ପୈତୃକ ସମ୍ପତି ନୁହେଁ, ଏହା ଓଡ଼ିଆ ଲୋକଙ୍କ ଦଳ । ଏହାକୁ ଭାଙ୍ଗିବା ଅସମ୍ଭବ ବୋଲି କହିଛି ବିଜେଡି ।ଡ଼ ସାମନ୍ତସିଂହାର ଆହୁରି କହିଥିଲେ ଯେ, ପ୍ରଭାତ ବିଶ୍ୱାଳ ୧୫ ଦିନ ତଳେ କହୁଥିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ଶ୍ରୀମତୀ ସୁଜାତା କାର୍ତ୍ତିକେୟନଙ୍କୁ ଦଳର ଦାୟିତ୍ୱ ଦିଆଯାଉ ଏବଂ ତାଙ୍କୁ ରାଜ୍ୟସଭାକୁ ପଠାଯାଉ । ଆଜି ପୁଣି ତାଙ୍କ ବିରୋଧରେ ବିଷୋଦଗାର କରିବା ପାଗଳର ପ୍ରଳାପ ସଦୃଶ ।

ଅଧିକ ପଢନ୍ତୁ