ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ରାହୁଲ

ଭୁବନେଶ୍ୱର (ଓଡିଶା ଦର୍ପଣ )ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ। ବିମାନବନ୍ଦରରୁ ବାହାରି ସିଧା ବରମୁଣ୍ଡା ପଡ଼ିଆ ସମାବେଶରେ ଯୋଗଛନ୍ତି। ସେଠାରେ ସମ୍ବିଧାନ ବଞ୍ଚାଅ ମହାସମାବେଶକୁ ସମ୍ବୋଧନ କରି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି।ମହାସମାବେଶରେ ସେ ଯୋଗ ଦେଇ କହିଥିଲେ ଯେ ଆମ କର୍ମୀମାନେ ହିଁ ଓଡ଼ିଶାର ରକ୍ଷା କରୁଛନ୍ତି | ବର୍ତ୍ତମାନର ସରକାର ଓଡ଼ିଶାର ଗରିବ ଲୋକଙ୍କର ସମ୍ପତ୍ତି ଲୁଟିବାରେ ଲାଗିଛନ୍ତି | ରାହୁଲ କହିଛନ୍ତି ଯେ ବିଜେପି ପୁରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି | ସେ କହିଛନ୍ତି ଯେ ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି | ମହାରାଷ୍ଟ୍ରରେ ୧ ଲକ୍ଷ ନୂଆ ଭୋଟର୍ କିପରି ଆସିଲେ ବୋଲି ସେ ପ୍ରଶ୍ନ କରିଛନ୍ତି | ସେ କହିଛନ୍ତି ଯେ ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି | ଓଡ଼ିଶାରେ ୫ରୁ ୬ଟି କମ୍ପାନୀକୁ ସମସ୍ତ ସମ୍ପତ୍ତି ଟେକିଦିଆଯାଉଛି | ସେ କହିଛନ୍ତି ଯେ ସବୁବେଳେ ଜଳ, ଜମି ଓ ଜଙ୍ଗଲ ଆଦିବାସୀଙ୍କର | ଆଦିବାସୀଙ୍କୁ କିନ୍ତୁ ଜମିପଟ୍ଟା ଦିଆଯାଉନାହିଁ | ଆଦିବାସୀଙ୍କ ପାଇଁ ପେସା ଆଇନ ଲାଗୁକରାଯାଇନାହିଁ | ରାହୁଲ କହିଥିଲେ ଯେ ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ | ମୋଦୀ ଫସଲ ବୀମା ଯୋଜନା ଲାଗୁ କରିଥିଲେ, ଏଥିପାଇଁ ମୋଦୀ ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି |ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି ରାହୁଲ। ଅଦାନୀ ପାଇଁ ରଥକୁ ରୋକାଯାଉଛି କହିଲେ ରାହୁଲ। ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର। ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ତେବେ ରାହୁଲ୍‌ଙ୍କ ସହ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ମଧ୍ୟ ଯୋଗ ଦେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital